THE BYAPINI

କାଲିଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ସୁରକ୍ଷା ତଦାରଖ କଲେ ଡିଜି

Get real time updates directly on you device, subscribe now.

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଆସନ୍ତା କାଲି (ଶୁକ୍ରବାର) ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ସୁରକ୍ଷା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା । ପୋଲିସ ଡିଜି ସୁନୀଲ ବଂଶଲ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ୫ଟି କଣ୍ଟ୍ରୋଲ ରୁମ ରହିବା ସହିତ ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସ୍ପନସ ଟିମ, ସ୍ପେଶାଲ ଟେକ୍‌ନିକାଲ ୟୁନିଟ ମଧ୍ୟ ରହିଛନ୍ତି । ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ବେଳେ ପୋଲିସ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି, ଭୁବନେଶ୍ୱର ସିପିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ବାହାରେ ଏସଟିୟୁ ଓ ଓଏସଏଫ ନିୟୋଜିତ ହେବେ ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଲି ଓ ଧାରଣ ଉପରେ ନଜର ରଖାଯାଇଛି । ପୂରା ଧାରଣାସ୍ଥଳ ସିସିଟିଭି ସର୍ଭିଲାନସରେ ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.