ଶ୍ରୀନଗର: ବୁଧବାର ଆତଙ୍କବାଦୀ ଆକ୍ରମଣରେ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସେନାର ଜଣେ କର୍ଣ୍ଣେଲ୍ଙ୍କ ସହ ଜଣେ ଅଧିକାରୀ ଏବଂ ଜାମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍ପି ସହିଦ ହୋଇଛନ୍ତି । ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ଏବଂ ପୁଲିସ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ୧୯ ରାଷ୍ଟ୍ରୀୟ ରାଇଫଲ୍ର କର୍ଣ୍ଣେଲ୍ ନିଜ ଟିମ୍ର ନେତୃତ୍ୱ ନେଇ ଉକ୍ତ ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଆତଙ୍କବାଦୀ ତାଙ୍କ ଟିମ୍ ଉପରକୁ ଗୁଳି ଚଳାଇଥିଲେ ଫଳରେ କର୍ଣ୍ଣେଲ୍ଙ୍କ ସହ ଜଣେ ମେଜର ଏବଂ ଜାମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍ପି ସହିଦ ହୋଇଛନ୍ତି । ଏହାର ସୂଚନା ମିଳିବା ପରେ କାଶ୍ମୀରର ଡିଜିପି ଦିଲବାଗ ସିଂ, ଏଡିଜିପି ବିଜୟ କୁମାର ଏବଂ ଜିଓସି ଲେଫନାଣ୍ଟ ଜେନେରାଲ ରାଜୀବ ଘାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅନୁସନ୍ଧାନ ଚଳାଇଛନ୍ତି ।