THE BYAPINI

କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ଷେପ କଲେ ପାଣ୍ଡିଆନ

Get real time updates directly on you device, subscribe now.

ଭୁବନେଶ୍ବର : ସମ୍ବଲପୁର କୁଚିଣ୍ଡାରୁ କେନ୍ଦ୍ରମନ୍ତ୍ରୀଙ୍କୁ ୫୫ ନମ୍ବର ଜାତୀୟ ରାଜପଥର କଦର୍ୟ୍ୟ ଅବସ୍ଥାକୁ ନେଇ ଟାର୍ଗେଟ କରିଛନ୍ତି ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ରମନ୍ତ୍ରୀଙ୍କ ନାଁ ନେଇ ୫ଟି ଅଧ୍ୟକ୍ଷ କାର୍ତ୍ତକ ପାଣ୍ଡିଆନ ୫୫ ନମ୍ବର ଜାତୀୟ ରାଜପଥ କାମରେ ବିଳମ୍ବକୁ ନେଇ ଆକ୍ଷେପ କରିବା ସହ କହିଛନ୍ତି ଦୀର୍ଘ ୧୦ ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ଶେଷ ହେଉନି । ନିର୍ବାଚନ ଆସିଲେ କିଛି ନେତା ବଡ ବଡ ଭାଷଣ ମାରୁଛନ୍ତି, ହେଲେ ଜାତୀୟ ରାଜପଥ କାମ ସରୁନି।

୧୦ ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ ମରାମତି କାମ ସରୁନି । ଅପରପକ୍ଷରେ ଏନଏଚ କାମ ଆରମ୍ଭ ହେବାର ବହୁ ଦିନ ପରେ ବରଗଡରୁ ଆମ୍ବପାଣୀ ପର୍ୟ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ କାମ ଆରମ୍ଭ ହୋଇ କେବେଠୁ ଶେଷ ହୋଇସାରିଲାଣି ୨୦୧୭ରେ ଆରମ୍ଭ ହୋଇଥିଲା ବିଜୁ ଏକ୍ସପ୍ରେସ ୱେ କାମ । ୨୮୦ କିଲୋମିଟର ଲମ୍ବା ଏହି ରାସ୍ତାରେ ୧୦୦ କିଲୋମିଟର ସମ୍ପୂର୍ଣ୍ଣ ନୂଆ ଭାବେ ତିଆରି ହୋଇଥିଲା । କିନ୍ତୁ ମାତ୍ର ୨୯୦ କିଲୋମିଟର ଜାତୀୟ ରାଜପଥର କେବଳ ମରାମତି କାମ ସରୁନଥିବା ଦୁର୍ଭାଗ୍ୟଜନକ । ଏହି ଅଞ୍ଚଳର ନେତା କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ବୋଲି କହିବା ସହ ଆଉ ବିଳମ୍ବ ନକରି ଜାତୀୟ ରାଜପଥ ମରାମତି କାମ ଶୀଘ୍ର ଶେଷ କରିବାକୁ ପାଣ୍ଡିଆନ ତାଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ।
କଟକ-ସମ୍ବଲପୁର ଜାତୀୟ ରାଜପଥ କାର୍ୟ୍ୟରେ ଅହେତୁକ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିବା ସହ ୫ଟି ଅଧ୍ୟକ୍ଷ କହିଛନ୍ତି ଯେ, ଖରାପ ରାସ୍ତା ଯୋଗୁଁ କେନ୍ଦ୍ରମନ୍ତ୍ରୀ ଏବେ କଟକ-ସମ୍ବଲପୁର ଜାତୀୟ ରାଜପଥରେ ନଯାଇ ରାଜ୍ୟ ରାଜପଥରେ ଯିବାକୁ ପସନ୍ଦ କରୁଛନ୍ତି । ଦେଶରେ ଏହା ଏକମାତ୍ର ଜାତୀୟ ରାଜପଥ, ଯେଉଁଠି କାମ ସବୁଠୁ ଅଧିକ ମନ୍ଥର ଗତିରେ ଚାଲିଛି । ଖରାପ ରାସ୍ତା ଯୋଗୁଁ ପ୍ରତିଦିନ ବହୁତ ଦୁର୍ଘଟଣା ହେଉଛି ଏବଂ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି ।
କେବଳ ନିର୍ବାଚନ ସମୟରେ ବଡ ବଡ କଥା ନକହି କାମରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ । ଏହା ବିଜେଡି କି ନବୀନ ପଟ୍ଟନାୟକଙ୍କ ସରକାର ନୁହେଁ । ଏହା ଲୋକଙ୍କ ସରକାର ବୋଲି ସବୁବେଳେ କହିଥାନ୍ତି ନବୀନ ପଟ୍ଟନାୟକ । ସେଥିପାଇଁ ତାଙ୍କ ନିର୍ଦ୍ଦେଶରେ ଲୋକଙ୍କ ସବୁ ଦରଖାସ୍ତକୁ ଉପଯୁକ୍ତ ସମ୍ମାନ ଦେଇ ସମାଧାନ କରାଯାଉଛି । କିନ୍ତୁ କିଛି ନେତା କେବଳ କଥାରେ ବିଶ୍ୱାସ କରନ୍ତି । ନିର୍ବାଚନ ସମୟରେ ଆସି ବଡ ବଡ କଥା କହି ଚାଲିଯିବେ । ନିର୍ବାଚନ ସରିଲେ ଆଉ ଦେଖା ମିଳିବ ନାହିଁ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.