ନୂଆଦିଲ୍ଲୀ: କେନ୍ଦ୍ରର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାର୍ବଣ ଭେଟି ମିଲିଛି। ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ପୂର୍ବରୁ ମିଳୁଥିବା ୪୨ ପ୍ରତିଶତ ଡିଏ ଏବେ ୪୬ ପ୍ରତିଶତ ହେବ । କିଛି ଦିନ ଧରି ଏହି ୪ ପ୍ରତିଶତ ବୃଦ୍ଧି ନେଇ ଆଲୋଚନା ଚାଲିଥିଲା । ଏବେ ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଦ୍ୱାରା ଦେଶର ଲକ୍ଷାଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀ ଉପକୃତ ହେବ । ସେମାନଙ୍କ ଦରମାରେ ବୃଦ୍ଧି ପରିଲକ୍ଷିତ ହେବ । ଗତ ଜୁଲାଇ ୧ ତାରିଖରୁ ଏହା ଲାଗୁ ହେବା ନେଇ ସୂଚନା ମିଲିଛି । ତେବେ ପୂର୍ବରୁ ମାର୍ଚ୍ଚ ୨୪ରେ ସରକାର ଡିଏ ବୃଦ୍ଧି ଘୋଷଣା କରିଥିଲେ । ଏହା ଦ୍ୱାରା ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ବଢ଼ି ୪୨ ପ୍ରତିଶତ ହୋଇଥିଲା ।