THE BYAPINI

କେସିଆର୍‌ଙ୍କ ପ୍ରତିଶ୍ରୁତି ୪୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର୍‌

Get real time updates directly on you device, subscribe now.

ତେଲେଙ୍ଗାନା: ୨୦୨୩ରେ ପୁଣି ସରକାର ଗଠନ କଲେ ତେଲେଙ୍ଗାନାର ୯୩ ଲକ୍ଷ ବିପିଏଲ ପରିବାରକୁ କେସିଆର ବୀମା ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ। ଆଗକୁ ୪୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର। କେବଳ ସେତିକି ନୁହେଁ ସରକାରୀ ଭତ୍ତା ମଧ୍ୟ ବଢ଼ିବ। ୪ ହଜାରକୁ ବୃଦ୍ଧି କରାଯିବ ସରକାରୀ ଭତ୍ତା। ଏଭଳି କିଛି ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ। ଆସନ୍ତା ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ରବିବାର ଦିନ ଶାସକ ଦଳ ବିଆରଏସ ସକ୍ରିୟ ହୋଇ ଉଠିଛି। ଦଳ ତରଫରୁ ନିର୍ବାଚନ ପାଇଁ ଜାରି କରାଯାଇଛି ଘୋଷଣାପତ୍ର। ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଦ୍ୱାରା ଜାରି କରାଯାଇଛି ନିର୍ବାଚନୀ ପ୍ରତିଶ୍ରୁତି। ଯୋଗ୍ୟ ପରିବାରକୁ ୪୦୦ ଟଙ୍କା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ଏଥିରେ କୁହାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.