THE BYAPINI

କୌଣସି ରାଜନୀତିକ ଦଳ ସହ ସାଲିସ୍ କରାଯିବ ନାହିଁ:ଅପରାଜିତା

Get real time updates directly on you device, subscribe now.

ଭୁବନେଶ୍ୱର: କୌଣସି ରାଜନୀତିକ ଦଳ ସହ ସାଲିସ୍ କରାଯିବ ନାହିଁ। ଆଗାମୀ ସାଧାରଣ ନିର୍ବାଚନରେ ଜିତିବା ପାଇଁ ଦଳ ଲଢ଼େଇ କରିବ। ଏନେଇ ରାଉରକେଲାରେ ଅନୁଷ୍ଠିତ ଦଳର ଚିନ୍ତନ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚିନ୍ତନ ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଦଳର ୪୦ଜଣ ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେଇଥିଲେ। ରୋଡମ୍ୟାପ୍ ଚୂଡ଼ାନ୍ତ ହୋଇଛି। କେଉଁ ବିଷୟକୁ ନେଇ କାମ କରିବୁ ତାହା ସ୍ଥିର ହୋଇଛି। ଓଡ଼ିଶାରେ କୌଣସି ରାଜନୀତିକ ଦଳ ସହ ସାଲିସ ଓ ମେଂଟ କରାଯିବାର ପ୍ରଶ୍ନ ଉଠୁନାହିଁ। ଦଳ ଜିତିବା ପାଇଁ ଏଥର ଲଢ଼େଇ କରିବ । ଆତ୍ମବିଶ୍ୱାସର ସହ ଏଥର ଲଢ଼େଇକୁ ଯାଉଛୁ।

ସମସ୍ତ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେବ। ଲୋକଙ୍କ ସହ ସମ୍ପର୍କ ଓ ଲୋକଙ୍କ ସାଙ୍ଗରେ ରହି କାମ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ୪ଟି ଜାତି ଉପରେ ପ୍ରଧାନମନ୍ତ୍ରୀ କହୁଛନ୍ତି। ଚାଷୀ,ମହିଳା,ଯୁବ ଓ ଗରିବ ଉପରେ ଧ୍ୟାନକେନ୍ଦ୍ରିତ କରିବୁ। ସେମାନଙ୍କ ସହ ଜଡ଼ିତ ହୋଇ ସେମାନଙ୍କ ନିମନ୍ତେ କାମ କରିବାର ଅଛି। ଏଥର ଦଳ ରାଜ୍ୟରେ ସରକାର ଗଢ଼ିବା ସହ ଲୋକସଭାରେ ୧୬ରୁ ଅଧିକ ସିଟ୍ ଆଣିବ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.