THE BYAPINI

ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର: ଖୋର୍ଦ୍ଧା ଠାରେ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଗଠନ ପୂର୍ବରୁ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡିଶା ରାଜ୍ୟ ସଂଗ୍ରାହଳୟ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ଓ ପାଇକ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଏକାଡେମୀ ଓ ଗବେଷଣା କେନ୍ଦ୍ରକୁ ଅତ୍ୟନ୍ତ ପ୍ରାସଙ୍ଗିକ ଓ ଚିରସ୍ଥାୟୀ କରିବା ନିମନ୍ତେ ବିଭିନ୍ନ ଜିଲାରେ ଗଢି ଉଠିଥିବା ପାଇକ ସଂଗଠନ ଗୁଡିକର ଗଠନ ମୂଳକ ମତାମତ ଗ୍ରହଣ କରଯାଇଛି। ଏଥିରେ ପାଇକ ସଂଗଠନର ସଭାପତି, ସମ୍ପାଦକ ଓ ପାଇକ ଗୁରୁ ମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି। ସେମାନଙ୍କ ମତାମତକୁ ଭିତ୍ତିକରି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ। ୫-ଟି ଉପକ୍ରମ ମାଧ୍ୟମରେ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ନିମନ୍ତେ ଜନସାଧାରଣ ମାନଙ୍କ ଠାରୁ ମତାମତ ଲୋଡି ଏହାକୁ ସଫଳ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯଉଛି।

Get real time updates directly on you device, subscribe now.

Leave A Reply

Your email address will not be published.