THE BYAPINI

ଗଣମାଧ୍ୟମ, ସୋସିଆଲ ମିଡିଆକୁ ସତର୍କ କରାଇଲା କେନ୍ଦ୍ର,କ’ଣ ଜାଣନ୍ତୁ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ କେତେକ ବିଭ୍ରାନ୍ତିକର ଖବର ପ୍ରସାରିତ ହେଉଥିବା ଜଣାପଡ଼ିଛି। ଏଭଳି ଖବର ପ୍ରସାରଣରୁ ଦୂରେଇ ରହିବାକୁ କେନ୍ଦ୍ର ସରକାର  ଗଣମାଧ୍ୟମ ପ୍ରତିଷ୍ଠାନ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକୁ ସତର୍କ କରାଇଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏନେଇ ଏକ ଆଡଭାଇଜରି ଜାରି କରିଛି। ଯାଞ୍ଚ ହୋଇ ନ ଥିବା ତଥା ଉତ୍ତେଜନା ସୃଷ୍ଟିକାରୀ ମିଛ ଖବର କେତେକ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି। ଏହା ସାମ୍ପ୍ରଦାୟିକ ସଦ୍‌ଭାବ ଏବଂ ଆଇନ ଶୃଙ୍ଖଳା ସ୍ଥିତି ବିଗାଡ଼ିପାରେ ବୋଲି ମନ୍ତ୍ରଣାଳୟ ଆଶଙ୍କା ବ୍ୟକ୍ତ କରିଛି। ୨୨ ତାରିଖ ପ୍ରାଣପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କଲା ଭଳି ମିଛ ଖବର ପ୍ରକାଶ ଓ ପ୍ରସାରଣରୁ ବିଭିନ୍ନ ଖବରକାଗଜ, ଘରୋଇ ସାଟେଲାଇଟ୍‌ ଟିଭି ଚ୍ୟାନେଲ ଏବଂ ଡିଜିଟାଲ ମିଡିଆର ପ୍ରକାଶକମାନେ ଦୂରେଇ ରହିବା ଲାଗି ଆଡଭାଇଜରିରେ କୁହାଯାଇଛି। ଏଭଳି ମିଥ୍ୟା ଖବର ଯେପରି ପ୍ରଦର୍ଶିତ ନ ହେବ, ସେ ଦିଗରେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୧୬ ତାରିଖରୁ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ବିଭିନ୍ନ ରୀତିନୀତି ଆରମ୍ଭ ହୋଇଥିବାବେଳେ ଭିଆଇପି ଟିକେଟ, ରାମମନ୍ଦିର ପ୍ରସାଦ ବଣ୍ଟନକୁ ନେଇ ମିଛ ଖବର ସୋସିଆଲ ମିଡିଆରେ ଘୂରି ବୁଲୁଛି। ଇ-କମର୍ସ ସାଇଟ୍‌ ଆମାଜନରେ ସାଧାରଣ ମିଠାକୁ ‘ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ତାଲିକାରେ ସ୍ଥାନ ଦିଆଯାଇଥିବାରୁ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ଉକ୍ତ ସଂସ୍ଥାକୁ ନୋଟିସ ପଠାଇ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ନିମନ୍ତେ ତତ୍କାଳ ଭିଆଇପି ଟକେଟର ପ୍ରତିଶ୍ରୁତି ଦିଆଯାଇ ଏକ ଜାଲ୍‌ କ୍ୟୁଆର୍‌ କୋଡ୍‌ ସହ ହ୍ବାଟ୍ସଆପ୍‌ ବାର୍ତ୍ତା ଶେୟାର କରାଯାଇ ଅର୍ଥ ଆଦାୟ କରାଯାଉଥିଲା। ଏହା ଜାଲ୍‌ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ବଷ୍ଟ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.