THE BYAPINI

ଗଦର-୨ ସଫଳତା ସନ୍ନି ଦେଓଲଙ୍କ ମୁମ୍ବାଇ ପାର୍ଟିର ତିନି ଖାନ୍‌ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ

Get real time updates directly on you device, subscribe now.

ମୁମ୍ବାଇ, ୩/୯: ଗଦର-୨ର ସଫଳତା ମନାଇବା ପାଇଁ ସନ୍ନି ଦେଓଲ ଶନିବାର ମୁମ୍ବାଇଠାରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ହିନ୍ଦୀ ଚଳଚ୍‌ଚିତ୍ର ଶିଳ୍ପର ‘ହୁଜ୍‌ ହୁ’ ପ୍ରଦର୍ଶନ କରାଯାଇଥିଲା । ବଲିଉଡ୍‌ର ତିନି ଖାନ୍‌ ଶାହରୁଖ, ସଲମାନ ଓ ଆମିର ମଧ୍ୟ ଏଥିରେ ଯୋଗ ଦେଇଥିଲେ । ସଲମାନ ଖାନ୍‌ ଏକ ନୂଆ ପୋଷାକ ପିନ୍ଧି ନୂଆ ଲୁକ୍‌ରେ ଉଭା ହୋଇଥିଲେ । ତିନି ଖାନ୍‌ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗଦର-୨ର ସଫଳତା ନେଇ ସନ୍ନି ଦେଓଲ ଅତ୍ୟନ୍ତ ଉଲ୍ଲସିତ । ଏହା ହେଉଛି ୨୦୦୧ର ଫିଲ୍ମ ‘ଗଦର’ର ଦ୍ୱିତୀୟ ଭାଗ । ଏହାକୁ ମଧ୍ୟ ଅନିଲ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବା ପରଠାରୁ ଗଦର-୨ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.