THE BYAPINI

ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରିବା କଣ ଆବଶ୍ୟକତା:ବିଜୟ ପଟ୍ଟନାୟକ

Get real time updates directly on you device, subscribe now.

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ୧୭ ତାରିଖରେ ଲୋକାର୍ପଣ ହେବାକୁ ଥିବାବେଳେ ଏଥିପାଇଁ ହୋମଯଜ୍ଞ ଆରମ୍ଭ ହୋଇଯାଇଛି। ସମାରୋହରେ କଂଗ୍ରେସକୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। ହେଲେ ଏହି ସମାରୋହରେ ସାମିଲ ହେବେ ନାହିଁ ବୋଲି ସିଧାସଳଖ ମନା କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ୩ଟି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜୟ। ମନ୍ଦିର ଚାରିପାଖ ଅବରୋଧକୁ ହଟାଇ ପରିକ୍ରମା ପ୍ରକଳ୍ପ ଦ୍ୱାରା ୪ଟି ଶୌଚାଳୟ ନିର୍ମାଣ କରାଯାଇଛି। ଏଥିପାଇଁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରିବା କଣ ଆବଶ୍ୟକତା ବୋଲି ପ୍ରଶ୍ନ କରିଛନ୍ତି। ମନ୍ଦିରରେ ପାଣି ଗଳୁଛି, ମନ୍ଦିରର ମରାମତି କିପରି ହେବ ସେ ବିଷୟରେ ଚିନ୍ତା କରିବା ଉଚିତ। ଅର୍ପଣ ରଥ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଏହାସହିତ ଗୋମାଂସ ଭକ୍ଷଣକାରୀଙ୍କୁ ମନ୍ଦିରରେ ପ୍ରବେଶ କରାଇବା ନେଇ କଡା ନିନ୍ଦ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.