THE BYAPINI

ଗୁଡି ଉଡାଇବା ପାଇଁ ଗାଇଡ୍‌ଲାଇନ୍

Get real time updates directly on you device, subscribe now.

ଭୁବନେଶ୍ୱର:   ଗୁଡି ଉଡାଇବା ପାଇଁ ଗାଇଡ୍‌ଲାଇନ୍। ବିପଦଜନକ ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର ଉପରେ ଲାଗିବ ରୋକ୍। ଗୁଡ଼ି ଉଡ଼ାଇବା ବେଳେ ନିୟମ ଅବମାନନା କଲେ ହେବ କାର୍ୟ୍ୟନୁଷ୍ଠାନ। ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଦିଆଗଲା ଓଡିଶା ପୋଲିସର ପରାମର୍ଶ। ଟ୍ବିଟ୍ କରି ସୂଚନ ଦେଲା ଓଡ଼ିଶା ପୋଲିସ। ଆସନ୍ତାକାଲି ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି । ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ । ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ତେଣୁ ଗୁଡ଼ି ଉଡାଇବା ବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ । ଗୁଡ଼ି ଉଡାଇବା ବେଳେ ସତର୍କତା ଅବଲମ୍ବନ କରିବା ସହ ବିପଜ୍ଜନକ ମାଞ୍ଜା ସୂତା ବ୍ୟବହାର ନକରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ମାଞ୍ଜା ସୂତା ବ୍ୟବହାର କରି ଗୁଡ଼ି ଉଡାଇବା ଆଇନତଃ ଦଣ୍ଡନୀୟ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.