THE BYAPINI

ଗୋଟିଏ ଇଂଜେକ୍ସନରେ ଭଲ ହେବ କ୍ୟାନସର!

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଉ ଦୁସାଧ୍ୟ ରୋଗ ହୋଇ ରହିବ ନାହିଁ କ୍ୟାନସର । ଏଣିକି ଗୋଟିଏ ଇଞ୍ଜେକ୍‌ସନ୍‌ ଏହି ଜଟିଳ ଓ କଷ୍ଟଦାୟକ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ଦେବ । ଏଭଳି ଏକ ସମ୍ଭାବନା ସୃଷ୍ଟି ହୋଇଛି ବ୍ରିଟେନ୍‌ର ବ୍ରେଜ୍ଞାନିକମାନଙ୍କ ଦ୍ୱାରା ହୋଇଥିବା ଗବେଷଣାରୁ । ଗବେଷଣା ପରେ ଏପରି ଏକ ଇଂଜେକ୍ସନ ବିକଶିତ କରାଯାଇଛି ଯେଉଁଥିରେ ସମ୍ପୂର୍ଣ୍ଣ କ୍ୟାନସର ଭଲ ହୋଇ ପାରିବ । ଏହା କ୍ୟାନସର ବା କର୍କଟର କୋଷିକାମାନଙ୍କୁ ନଷ୍ଟ କରିବ । ୟୁନାଇଟେଡ୍‌ କିଙ୍ଗଡମ୍‌ର ଏକ କମ୍ପାନୀ ଏହି ଇଂଜେକ୍ସନ ବିକଶିତ କରିଛି । ଏହାର ପରୀକ୍ଷଣ ସମ୍ପୂର୍ଣ୍ଣ ହୋଇଥିବା ଦାବି କରାଯାଉଛି । ଏହାକୁ ବିକଶିତ କରିଥିବା ବୈଜ୍ଞାନିକମାନେ କ୍ୟାନସର କୋଷିକାକୁ ଏହି ଇଂଜେକ୍ସନ ଠିକ୍‌ କରୁଥିବା କଥା କହିଛନ୍ତି । ଉପଚାରର ସମୟକୁ ଏହି ଇଞ୍ଜେକ୍‌ସନ୍‌ ତିନି ଚତୁର୍ଥାଂଶ ହ୍ରାସ କରିବ । ଏବେ ବ୍ରିଟେନ୍‌ର ଭ୍ୟାକସିନ୍‌ ମେଡିସିନ୍‌ ଆଣ୍ଡ ହେଲଥ୍‌ କେୟାର ପ୍ରଡକ୍ଟସ୍‌ ରେଗୁଲାଟାରୀ ଏଜେନ୍ସି ଏହାକୁ ମଞ୍ଜୁରୀ ଦେବା ବାକି ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.