ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ ଏନଏସଏ । ଦାଦାବଟି ମାଗିବା ଅଭିଯୋଗରେ ହୋଇଥିଲା ଗିରଫ ।
ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଏନଏସଏ ଲାଗିପାରେ । ଏନଏସଏ ଲାଗୁନେଇ କମିସନରେଟ ପୁଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । କମିସନରେଟ ପୁଲିସ ରାଜା ଆଚାର୍ଯ୍ୟକୁ ୧୧୦ରେ ବୁକ କରିଛି । ରାଜା ନାଁରେ ଆହୁରି ଅନେକ ସଙ୍ଗୀନ ଅଭିଯୋଗ ରହିଛ ।
ଗତ ୧୭ ତାରିଖରେ ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା ପୁଲିସ । ୨୦ ହଜାର ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରାଯାଇଥିଲା । ୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲରେ ଥିଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ।କିଛି ଦିନ ତଳେ ସେ ଜାମିନରେ ଆସିଥିଲା । ତେବେ ଜାମିନରୁ ଆସିବା ପରେ ପୁଣି ରାଜା ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରିଛି ପୁଲିସ । ଦାଦାବଟି ମାଗିବା ଓ ଅନ୍ୟ ସଙ୍ଗୀନ ଅପରାଧରେ ସଂପୃକ୍ତି ଥିବା ନେଇ ପୁଲିସ ପ୍ରମାଣ ପାଇବା ପରେ ଗିରଫ କରି ଏବେ ଏନଏସଏ ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।