ଘରେ ପଶି ମହିଳାଙ୍କୁ ଗୁଳିମାଡ଼
ନୀଳଗିରି : ବାଲେଶ୍ୱର ଜିଲ୍ଲା ବରମହପୁର ଥାନା ଗୋହିରା ରାଇପାଳରେ ଅଭାବନୀୟ ଘଟଣା । ଘରେ ପଶି ମହିଳାଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ମହିଳା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ରାଇପାଳ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଜଣେ ଘରେ ପଶି ମହିଳାଙ୍କୁ ଗୁଳିମାଡ଼ କରିଛନ୍ତି । ଏଥିରେ ମହିଳା ଜଣଙ୍କ ଗୁରୁତର ହୋଇଥିଲେ । ପ୍ରଥମେ ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ନୀଳଗିରି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏହାପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ମହିଳ ଜଣଙ୍କ ହେଉଛନ୍ତି ରସିକ ମୁର୍ମଙ୍କ ସ୍ତ୍ରୀ ଲକ୍ଷ୍ମୀ । ପୋଲିସ ଆରମ୍ଭ କରିଛି ତଦନ୍ତ ।