THE BYAPINI

ଘୁଞ୍ଚିଲା ବାଚସ୍ପତି ନିର୍ବାଚନ, ୨୧ ନୁହେଁ ୨୨ରେ ହେବ ନିର୍ବାଚନ

Get real time updates directly on you device, subscribe now.

ଭୁବନେଶ୍ୱର: ଚଳିତ ମାସ ୨୨ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ନିର୍ବାଚନ କରାଇବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା । ବାଚସ୍ପତି ନିର୍ବାଚନ ୨୧ ତାରିଖରେ ହେବାକୁ ସ୍ଥିର ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଓ ନୂଆଖାଇ ଭେଟ୍‌ଘାଟ୍‌କୁ ଯୋଗୁଁ ଏହି ଦିନ ନିଜ ଗାଁରୁ ଭୁବନେଶ୍ୱର ଯାଇ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଉଭୟ କଂଗ୍ରେସ ଓ ବିଜେପି ଦଳର ନେତାମାନେ ପ୍ରକାଶ କରିଥିଲେ । ଏହା ସହିତ ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ୨୦ତାରିଖରେ ପାଳନ ହେବ । ଏହାର ପରଦିନ ଅର୍ଥାତ ୨୧ ତାରିଖ ନୂଆଁଖାଇ ଭେଟଘାଟ୍‌ ହେବ । ନୂଆଁଖାଇ ଭଳି ଏହି ଦିନର ମହତ୍ତ୍ୱ ରହିଛି । ତେଣୁ ୨୧ତାରିଖ ଦିନ ଅର୍ଥାତ୍‌ ନୂଆଁଖାଇ ପରଦିନ ପଶ୍ଚିମ ଓଡ଼ିଶାର କୌଣସି ବିଧାୟକ ଭୁବନେଶ୍ୱର ଯାଇ ବିଧାନସଭାରେ ଉପସ୍ଥିତ ରହିବା ସମ୍ଭବପର ନୁହେଁ । ଏହି ତାରିଖକୁ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କଲା ପରେ ମଧ୍ୟ ସରକାର ନିଜ ଜିଦରେ ଅଟଳ ରହିଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଜିଦଖୋର୍‌ ମନୋବୃତ୍ତିକୁ ପ୍ରଦର୍ଶିତ କରୁଛି ବୋଲି ବିଜେପି ପକ୍ଷରୁ ପ୍ରକାଶ କରାଯାଇଛି । ସେହିଭଳି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଦିନ ବାଚସ୍ପତି ନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଥିବାରୁ ମଧ୍ୟ ସରକାରଙ୍କର ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରହିଛି ବୋଲି ସମାଲୋଚନା କରିବାକୁ ପଛାଇ ନଥିଲେ ବିରୋଧି । ତେବେ ମିଳିଥିବା ସୂଚନା ଅନୁସାରେ ବାଚସ୍ପତି ନିର୍ବାଚନକୁ ଦିନକ ପାଇଁ ସରକାର ଘୁଞ୍ଚାଇ ଦେଇଛନ୍ତି । ଦିନଟିଏ ଘୁଞ୍ଚି ୨୧ ତାରିଖ ବଦଳରେ ୨୨ ତାରିଖ ଦିନ ରାଜ୍ୟ ବିଧାନସଭାରେ ବାଚସ୍ପତି ନିର୍ବାଚନ କରାଯିବ ବୋଲି ସୂଚନା ମିଳିଛି । ୨୨ ତାରିଖ ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ହେବ । ତା’ ପୂର୍ବରୁ ୨୧ ତାରିଖରେ ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ । ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଏହି ପଦ ଖାଲି ରହିଛି । ବାଚସ୍ପତି ପଦ ଉପରେ ଅନେକ ବିଜେଠି ନେତାଙ୍କର ଆଶ ରହିଥିବାବଳେ ଏହି ଦୌଡରେ ସାମିଲ ଅନେକ ନାମ ଭିତରୁ କିଏ ବାଜିମାତ୍‌ କରିବେ ତାହା ୨୨ ତାରିଖର ନିର୍ବାଚନରେ ଜଣାପଡିବ ।

Get real time updates directly on you device, subscribe now.

Leave A Reply

Your email address will not be published.