THE BYAPINI

ଚନ୍ଦ୍ରଭାଗାରେ ବୁଡି ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

Get real time updates directly on you device, subscribe now.

କୋଣାର୍କ : ଶନିବାର ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଞ୍ଚଳ। ସୂର୍ୟ୍ୟ ଉପାସକମାନେ ଭୋରୁ ଭୋରୁ ଚନ୍ଦ୍ରଭାଗା ଠାରେ ପ୍ରଭୁ ସୂର୍ୟ୍ୟ ନାରାୟଣଙ୍କୁ ଦୀର ଦାନ ଦେବା ସହ ସହ ପୂଜାର୍ଚ୍ଚନା କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ପରମ୍ପରା ଓ କିମ୍ବଦନ୍ତୀ ଅନୁସାରେ ଶାମ୍ବଦଶମୀ ଦିନ ଚନ୍ଦ୍ରଭାଗା ଠାରେ ସ୍ନାନ କରି ପ୍ରଭୁ ସୂର୍ୟ୍ୟ ନାରାୟଣଙ୍କ ଦର୍ଶନ କରାଯାଏ । ଏହାଦ୍ୱାର ପରିବାର ସଦସ୍ୟଙ୍କ ଶରୀରରେ ଥିବା ରୋଗ ମୁକ୍ତ ହେବା ସହ ମନକାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ କ୍ଷ
ସେହିପରି ଶାମ୍ବଦଶମୀ ତିଥିରେ କୋଣାର୍କ ଅବଧୂତ ମଠ ଠାରୁ  ଏକ ସୂର୍ୟ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ କ୍ଷ ସେଠାରେ ୨୭ ଦିନ ରଖାଯାଇ ଗ୍ରହ ନକ୍ଷତ୍ର ପୂଜାଅର୍ଚ୍ଚନା କରାଯିବା ପରେ ମାଘ ସପ୍ତମୀ ତିଥିରେ ସୂର୍ୟ୍ୟ ମହାପ୍ରଭୁଙ୍କୁ ଅଣାଯାଇଥାଏ କ୍ଷ ସୂର୍ୟ୍ୟ ରଥକୁ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କୁ ଭିଡ଼ ଜମିଥାଏ ଏବଂ ଶାମ୍ବ ଦଶମୀ ଦିନ ସୂର୍ୟ୍ୟ ମନ୍ଦିରକୁ ପ୍ରବେଶ ଶୁକ୍ଳ ଛାଡ଼ ଥିବାରୁ ମନ୍ଦିରରେ ପର୍ୟ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି କ୍ଷ

Get real time updates directly on you device, subscribe now.

Leave A Reply

Your email address will not be published.