THE BYAPINI

ଚାରି ଧାମ ଟନେଲ ଟ୍ରାଜେଡିରେ ଫସିଥିବା ୫ ଓଡିଆ ଶ୍ରମିକ ସୁରକ୍ଷିତ

Get real time updates directly on you device, subscribe now.

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ଯମୁନୋତ୍ରୀ ଜାତୀୟ ରାଜପଥରେ ଭୁଶୁଡ଼ି ପଡ଼ିଥିବା ଟନେଲର ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଓଡିଆ ଶ୍ରମିକ ଓଡିଶାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତକାଲି ଠାରୁ ଫସି ରହିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି, ବିଆରଓ ଯବାନ ନିୟୋଜିତ ହୋଇଛନ୍ତି। ଶ୍ରମିକଙ୍କ ପାଖକୁ ପାଇପ ଯୋଗ୍ୟ ଖାଦ୍ୟ ଓ ଅମ୍ଳଜାନ ପଠାଯାଉଛି। ଟନେଲର ୧୫୦ ମିଟର ଲମ୍ବ ଭାଗ ଦବି ଯାଇଛି। ଉଦ୍ଧାରକାରୀ ଟିମ୍‌‌ ୧୫ ମିଟର ଭିତରକୁ ଯାଇଛନ୍ତି। ଆହୁରି ୩୫ ମିଟର ଭିତରକୁ ଯିବାକୁ ପଡିବ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.