ନୂଆଦିଲ୍ଲୀ: ଅଗଷ୍ଟ ୩୦ରେ ଚୀନ୍ ୨୦୨୩ରେ ଚୀନ୍ ପକ୍ଷରୁ ଏକ ନୂତନ “ମାନକ ମାନଚିତ୍ର” ଜାରି କରାଯାଇଛି । ଚୀନ୍ ସୀମା ଅରୁଣାଚଳ ପ୍ରଦେଶ, ଆକସାଇ ଚୀନ୍ ଏବଂ ସମଗ୍ର ଦକ୍ଷିଣ ଚୀନ୍ ସାଗରକୁ ଚୀନ୍ ନିଜ ଅଧିକୃତ ଅଞ୍ଚଳ ବୋଲି ଏଥିରେ ଦର୍ଶାଇ ଥିବାରୁ ଭାରତ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି । ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶ, ଆକସାଇ ଚିନ୍ ଓ ସମଗ୍ର ଦକ୍ଷିଣ ଚୀନ୍ ସାଗର ଏହାର ସୀମାବଦ୍ଧ ଅଞ୍ଚଳ ବୋଲି ଦର୍ଶାଇବା ଚୀନ୍ ଭୁଲ କରିଛି ବୋଲି ଭାରତ ଅଭିଯୋଗ କଲାବେଳେ ଚୀନ୍ ପକ୍ଷରୁ ଏହା ଏକ ନିୟମିତ କାର୍ଯ୍ୟକ୍ରମ ଏବଂ ନୂଆଦିଲ୍ଲୀ ଏହାକୁ ଅଧିକ ବ୍ୟାକ୍ଷା ନକରିବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି ।
ସୋମବାର ପ୍ରକାଶ ପାଇଥିବା ନୂତନ ମାନଚିତ୍ର ଉପରେ ମଙ୍ଗଳବାର ଦିନ ଭାରତ ଦୃଢ଼ ବିରୋଧ ପ୍ରଦର୍ଶନ କରିଛି।ଚୀନ୍ର ଏହି ତ୍ରୁଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସ୍ପଷ୍ଟ ମତ ରଖିବା ଉଚିତ ଏବଂ ଦୃଢ଼ ଭାବରେ ଏହାର ବିରୋଧ କରିବା ଉଚିତ ବୋଲି ମାନଚିତ୍ର ବିବାଦ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ନୂଆଦିଲ୍ଲୀ ଏହାକୁ ଚୀନ୍ର ଅନାବଶ୍ୟକ ପଦକ୍ଷେପ ଭାବରେ ବିଚାର କରୁଛି ଏବଂ ଏଭଳି ପଦକ୍ଷେପ କେବଳ ଭାରତ ଓ ଚୀନ୍ ମଧ୍ୟରେ ସୀମା ପ୍ରସଙ୍ଗକୁ ନେଇ ତିକ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଜଟିଳ କରିବ ବୋଲି ପ୍ରକାଶ କରାଯାଇଛି ।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଏହି ମାନଚିତ୍ରଟି ଏକ ନିୟମିତ କାର୍ଯ୍ୟଧାରାର ଅଂଶବିଶେଷ ଅଟେ । ତେଣୁ ଏଥିନେଇ ଦୁଇ ଦେଶ ମଧ୍ୟୟରେ କୌଣସି ବିବାଦ ଅକାରଣ ଅଟେ । ତେବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଆମର ଅଞ୍ଚଳ କ’ଣ ତାହା ସରକାର ସ୍ପଷ୍ଟ କରିଛନ୍ତି ଏବଂ “ଅନ୍ୟ ରାଷ୍ଟ୍ରର ଅଞ୍ଚଳକୁ ଏଭଳି ଅନଧିକାର ଭାବରେ ପ୍ରଦର୍ଶିତ କଲେ ତାହା ତୁମର ହୋଇଯିବ ନାହିଁ ।”
Get real time updates directly on you device, subscribe now.

Prev Post