THE BYAPINI

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହେଲେ ଅରିନ୍ଦମ ବାଗ୍‌ଚି

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚିଙ୍କୁ କେନ୍ଦ୍ର ସରକାର ଆଜି ଜାତିସଂଘର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ ଜେନେଭାଠାରେ ଅବସ୍ଥିତ ଅନ୍ୟ ଅନ୍ତର୍ଜାତୀୟ ସଂଗଠନର ସ୍ଥାୟୀ ପ୍ରତିନିଧି ମଧ୍ୟ ତାଙ୍କୁ କରାଯାଇଛି। ବାଗ୍‌ଚି ସଂପ୍ରତି ବିଦେଶ ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ ଅଛନ୍ତି। ଶୀଘ୍ର ସେ ନୂଆ ଦାୟିତ୍ବ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଇନ୍ଦ୍ରମଣି ପାଣ୍ଡେଙ୍କ ସ୍ଥାନରେ ବାଗ୍‌ଚି ଏହି କାର୍ଯ୍ୟ କରିବେ। ଉଲ୍ଲେଖଯୋଗ୍ୟ, ୧୯୯୫ ବ୍ୟାଚ୍‌ ଭାରତୀୟ ବିଦେଶ ସେବା ଅଧିକାରୀ ଶ୍ରୀ ବାଗ୍‌ଚି ୨୦୨୧ ମାର୍ଚ୍ଚରେ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଦାୟିତ୍ବ ନେଇଥିଲେ। କୋଭିଡ୍‌ ମହାମାରୀ, ଲଦାଖରେ ଚୀନ ଓ ଭାରତ ସେନା ମଧ୍ୟରେ ସଂଘର୍ଷ ଏବଂ ଜି୨୦ରେ ଭାରତର ସଭାପତିତ୍ବ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଶ୍ରୀ ବାଗ୍‌ଚି ସୂଚାରୁ ରୂପେ ତୁଲାଇ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.