THE BYAPINI

ଜିଏସ୍‌ଟି ଆଦାୟରେ ପୁଣି ଥରେ ଓଡ଼ିଶାର ଭଲ ପ୍ରଦର୍ଶନ ,ଜାଣନ୍ତୁ କେତେ

Get real time updates directly on you device, subscribe now.

ଭୁବନେଶ୍ୱର : ଜିଏସ୍‌ଟି ଆଦାୟରେ ପୁଣି ଥରେ ଭଲ ପ୍ରଦର୍ଶନ କରିଛି ଓଡ଼ିଶା । ସେପ୍ଟେମ୍ବର ମାସରେ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ବାବଦରେ ୧୬୫୧.୫୮ କୋଟି ଟଙ୍କା ଆଦାୟ କରାଯାଇଛି ଯାହା ଗତ ବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଏହା ୪୨.୭୪ ପ୍ରତିଶତ ଅଧିକ । ଗତବର୍ଷ ସେପ୍ଟେମ୍ବରରେ ୧୧୫୭.୦୮ କୋଟି ଟଙ୍କା ଆଦାୟ କରାଯାଇଥିଲା ।
ବାଣିଜ୍ୟକର ଏବଂ ଜିଏସ୍‌ଟି କମିଶନରେଟ୍‌, ଓଡିଶା ପକ୍ଷରୁ ଦିଆଯାଇ ଥିବା ସୂଚନା ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସାଲା ବାବଦକୁ ୧୦୪୪୦.୭୪ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା । ପୂର୍ବ ମାସ ତୁଳନାରେ ଏହା ୨୩.୨୪ ପ୍ରତିଶତ ଅଧିକ । ଗତ ସେପ୍ଟେମ୍ବର ମାସରେ ରାଜ୍ୟ ଜିଏସ୍‌ଟି ବାବଦକୁ ୧୧୯୭.୩୭ କୋଟି ଟଙ୍କା ସଂଗ୍ରହ କରାଯାଇ ଥିବାବେଳେ ୨୦୨୨ ସେପ୍ଟେମ୍ବର ମାସରେ ଏହି ସଂଗ୍ରହ ପରିମାଣ ୯୨୬.୯୬ କୋଟି ଟଙ୍କା ରହିଥିଲା । ଫଳରେ ଏହି କ୍ଷେତ୍ରରେ ମଧ୍ୟ ୨୯.୧୭ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି । ଯଦି ମୋଟ ଜିଏସ୍‌ଟି (କେନ୍ଦ୍ରୀୟ ଜିଏସ୍‌ଟି+ସମନ୍ୱିତ ଜିଏସ୍‌ଟି+ରାଜ୍ୟ ଜିଏସ୍‌ଟି+ଅତିରିକ୍ତ ଟିକସ ଅବା ସେସ୍‌) ବାବଦରେ ଗତ ସେପ୍ଟେମ୍ବର ମାସରେ ଓଡିଶା ୪୨୪୯.୧୨ କୋଟି ଟଙ୍କା ସଂଗ୍ରହ କରାଯାଇଛି ।
ଗତବର୍ଷ ସେପ୍ଟେମ୍ବର ମାସରେ ଏହି ସଂଗ୍ରହ ପରିମାଣ ୩୭୬୫.୧୭ କୋଟି ଟଙ୍କା ଥିଲା । ଏହି କ୍ଷେତ୍ରରେ ୧୨.୮୫% ଅଭିବୃଦ୍ଧି ହୋଇଛି । ରାଜ୍ୟ ବାଣିଜ୍ୟକର ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯଥା, ଜିଏସ୍‌ଟି, ଭାଟ୍‌, ପ୍ରବେଶ ଶୁଳ୍କ, ବୃତ୍ତିଗତ ଟିକସ ଅଧିନରେ ୨୦୨୩ ମସିହା ସେପ୍ଟେମ୍ବର ମାସରେ ୨୬୩୮.୧୭ କୋଟି ଟଙ୍କା ସଂଗ୍ରହ କରାଯାଇ ଥିବା ବେଳେ ଗତବର୍ଷ ସେପ୍ଟେମ୍ବର ମାସରେ ଏହି ସଂଗ୍ରହ ପରିମାଣ ୨୦୭୦.୨୬ କୋଟି ଟଙ୍କା ଥିଲା । ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ୨୭.୪୩ ପ୍ରତିଶତ ରହିଛି । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ୨୦.୨୬ ଲକ୍ଷ ସଂଖ୍ୟକ ଇ-ୱେବିଲ୍‌ ନିର୍ଗମନ କରାଯାଇ ଥିବା ବେଳେ ଗତବର୍ଷ ଏହି ସମୟରେ ୧୭.୬୬ ଲକ୍ଷ ଇ-ୱେବିଲ୍‌ ନିର୍ଗମନ କରାଯାଇଥିଲା । ଫଳରେ ଇ-ୱବିଲ୍‌ ନିର୍ଗମନରେ ୧୬.୯୮ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.