THE BYAPINI

ଜି-୨୦: ବ୍ରାଜିଲର ରାଷ୍ଟ୍ରପତିଙ୍କୁ ଗାଭେଲ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆସନ୍ତା ବର୍ଷ ବ୍ରାଜିଲ ରେ ଅନୁଷ୍ଠିତ ହେବ ଜି ୨୦ ଶିଖର ସମ୍ମିଳନୀ । ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ଆନୁଷ୍ଠାନିକ ଭାବେ ଜି୨୦ ଅଧ୍ୟକ୍ଷତାର ପ୍ରତୀକ ଗାଭେଲ (ହାତୁଡି) ହସ୍ତାନ୍ତର କରିଛନ୍ତି । ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆୟୋଜିତ ୨ ଦିନିଆ ଶିଖର ସମ୍ମିଳନୀ ସଫଳତାର ସହିତ ଶେଷ ହୋଇଛି । ଭାରତର ପ୍ରଧାନମନ୍ତ୍ରୀ ଆଜି ତାଙ୍କର ଉଦ୍‌ଯାପନୀ ବକ୍ତବ୍ୟରେ କହିଛନ୍ତି, ଗତକାଲି ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର’ ଅଧିବେଶନରେ ଆମେ ବ୍ୟାପକ ଆଲୋଚନା କରିଥିଲୁ । ଆଜି ଜି-୨୦ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଦୃଷ୍ଟିକୋଣକୁ ନେଇ ଆଶାବାଦୀ ଉଦ୍ୟମ ପାଇଁ ଏକ ମଞ୍ଚ ହୋଇପାରିଥିବାରୁ ମୁଁ ସନ୍ତୁଷ୍ଟ । ପ୍ରଧାନମନ୍ତ୍ରୀ ତାଙ୍କ ସମାପନ ଭାଷଣରେ ଜାତିସଂଘରେ ବଡ ଧରଣର ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜାତିସଂଘ ସ୍ଥାପନା ସମୟରେ ଏହାର ସଦସ୍ୟ ସଂଖ୍ୟା ୫୧ ଥିବା ବେଳେ ଏବେ ଏହା ପ୍ରାୟ ୨୦୦ରେ ପହଞ୍ଚିଲାଣି । ଜାତିସଂଘରେ ନୂଆ ବୈଶ୍ୱିକ ସଂରଚନାର ପ୍ରତିଫଳନ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଲୁଲା ଡା ସିଲଭା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ସାମାଜିକ ଅନ୍ତର୍ଭୁକ୍ତୀକରଣ, କ୍ଷୁଧା ବିରୋଧରେ ସଂଗ୍ରାମ, ଏନର୍ଜି ଟ୍ରାଞ୍ଜିସନ ଏବଂ ନିରନ୍ତର ବିକାଶକୁ ଜି-୨୦ର ପ୍ରାଥମିକତା ଭାବରେ ତାଲିକାଭୁକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଜାତିସଂଘ ସୁରକ୍ଷା ପରିଷଦରେ ଅଧିକ ସଂଖ୍ୟାରେ ବିକାଶଶୀଳ ଦେଶଗୁଡିକକୁ ନୂତନ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ଭାବରେ ଗ୍ରହଣ କରାଯିବା ଆବଶ୍ୟକ । ଏହି ସମ୍ମିଳନୀର ସବୁଠାରୁ ବଡ ପଦକ୍ଷେପ ଥିଲା ‘ବୈଶ୍ୱିକ ବିଶ୍ୱାସ ଅଭାବ’କୁ ଦୂର କରିବା, ବିଶ୍ୱ ଜୈବ ଇନ୍ଧନ ଆଲାଏନ୍ସର ଶୁଭାରମ୍ଭ ଏବଂ ଆମେରିକା, ଭାରତ, ସାଉଦି ଆରବ ଓ ଗଲ୍ଫ ଦେଶ ମଧ୍ୟରେ ନୂତନ ସଂଯୋଗ ନେଟୱାର୍କର ଶୁଭାରମ୍ଭ । ଏହି ସମ୍ମିଳନୀ ଶତ ପ୍ରତିଶତ ସଫଳ ହେବା ପଛର ଏକ ବଡ କାରଣ ହେଲା ଜି-୨୦ ସଦସ୍ୟମାନେ ସର୍ବସମ୍ମତିକ୍ରମେ ଦିଲ୍ଲୀ ଘୋଷଣାନାମା ଗ୍ରହଣ କରିବା । ଏହି ଘୋଷଣାନାମାରେ ରାଷ୍ଟ୍ରଗୁଡିକ ଶାନ୍ତି ଓ ସ୍ଥିରତା ରକ୍ଷା କରିବା ନିମନ୍ତେ ଆଞ୍ଚଳିକ ଅଖଣ୍ଡତା ଓ ଅନ୍ତର୍ଜାତୀୟ ମାନବିକ ଆଇନକୁ ମାନିବା ଲାଗି ଆହ୍ୱାନ ଦିଆଯାଇଛି ।
ଚୀନ୍‌ ଓ ରୁଷ୍‌, ଯାହାର ମୁଖ୍ୟମାନେ ଏହି ସମ୍ମିଳନୀକୁ ଆସିପାରି ନାହାନ୍ତି, ସେମାନେ ମଧ୍ୟ ଦିଲ୍ଲୀ ଘୋଷଣାନାମା ସହ ଏକମତ ହୋଇଥିଲେ । ଅନ୍ୟପକ୍ଷରେ ଆଫ୍ରିକୀୟ ୟୁନିଅନ୍‌ ଜି-୨୦ର ନୂତନ ସ୍ଥାୟୀ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ ହୋଇ ଏକ ନୂତନ ବିଶ୍ୱ ଶୃଙ୍ଖଳାକୁ ଆଗକୁ ବ?ାଇଛି ଏବଂ ବିଶ୍ୱସ୍ତରୀୟ ନିଷ୍ପତ୍ତି ନେବାରେ ବିକାଶଶୀଳ ଦେଶଗୁଡିକର ଯୋଗଦାନକୁ ଅଧିକ ଉତ୍ସାହିତ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.