THE BYAPINI

ଝାଡାବାନ୍ତିରେ ଦୁଇ ହିଳାଙ୍କର ମୃତ

Get real time updates directly on you device, subscribe now.

କଣାସ :ପୁରୀ ଜିଲ୍ଲା କଣାସ ବ୍ଲକ ଖଣ୍ଡହତା ଗାଁରେ ଡାଇରିଆ ଆତଙ୍କ । ଏଥିରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଅଧିକ ଲୋକ ଚିକିତ୍ସାଧିନ ଅଛନ୍ତି । ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନଥିବା ବେଳେ ଗାଁ ପୋଖରୀର ଦୂଷିତ ଜଳ ପିଉଛନ୍ତି ଗ୍ରାମବାସୀ । ତେଣୁ ପାଣି ଯୋଗୁଁ ସଂକ୍ରମଣ ବଢ଼ୁଥିବା ଅଶଙ୍କା କରାଯାଉଛି ।

ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବା ବେଳେ ପ୍ରଶାସନର ନଜର ପଡୁନଥିବା ଅଭିଯୋଗ ହୋଇଛି । ଲୋକଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବାକୁ ପଡ଼ୁଛି । କାରଣ ଗାଁରେ ନିଯୁକ୍ତି ପାଇଥିବା ଅଶାକର୍ମୀ ମାଗଣା ହଇଜା ମେଡ଼ିସିନ୍ ପଢ଼ିପାରୁନଥିବାରୁ ଲୋକଙ୍କୁ ମେଡ଼ିସିନ୍ ବାଣ୍ଟିିବା ସମ୍ଭବ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଗାଁରେ ପଶିଛି ହଇଜା ରୋଗ । ଭୟଭୀତରେ ଅଛନ୍ତି ପୁରା ଗ୍ରାମବାସୀ ।

Get real time updates directly on you device, subscribe now.

Leave A Reply

Your email address will not be published.