THE BYAPINI

ଟିଏମସି ନେତା ଶଙ୍କର ଆଧ୍ୟା ଗିରଫ

Get real time updates directly on you device, subscribe now.

ନୂଆଦିଲ୍ଲୀ:  ଟିଏମସି ନେତା ଶଙ୍କର ଆଧ୍ୟା ଗିରଫ। ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ତାଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାର ଗୋଟିଏ ଦିନ ପରେ ଶଙ୍କରଙ୍କ ଗିରଫଦାରୀ ହୋଇଛି। 

ଗତକାଲି ରାସନ ବଣ୍ଟନ ଦୁର୍ନୀତି ମାମଲାରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରକୁ ରେଡ୍ ପାଇଁ ଯାଇଥିଲା ଇଡି। ଏହି ସମୟରେ ଶତାଧିକ ସ୍ଥାନୀୟ ଲୋକ ଇଡି ଟିମ୍ ଉପରକୁ ଆକ୍ରମଣ କରିବା ସହ ସେମାନଙ୍କ ଗାଡି ଭାଙ୍ଗି ଦେଇଥିଲେ। କିନ୍ତୁ ଆଜି ଶଙ୍କର ଆଧ୍ୟାଙ୍କ ଘରେ ବ୍ୟାପକ ଚଢାଉ କରିଥିଲା ଇଡି। ଦୀର୍ଘ ସମୟ ଧରି ଯାଞ୍ଚ କରିବା ପରେ ଶେଷରେ ତାଙ୍କୁ ଗିରଫ କରିଛି। ଶଙ୍କରଙ୍କ ଗିରଫଦାରୀ ସମୟରେ ମଧ୍ୟ କିଛି ସ୍ଥାନୀୟ ଲୋକ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି।
ଶଙ୍କରଙକ ପତ୍ନୀ ଜ୍ୟୋତ୍ସ୍ନା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ କେନ୍ଦ୍ରୀୟ ସଂସ୍ଥା ଇଡିକୁ ତଦନ୍ତରେ ସହଯୋଗ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି।ଅନୁସନ୍ଧାନକାରୀ ଏଜେନ୍ସି ଇଡି କହିଛି ଯେ, ପଶ୍ଚିମବଙ୍ଗର ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ପବ୍ଲିକ୍ ଡିଷ୍ଟ୍ରିବୁସନ୍ ସିଷ୍ଟମ୍ (ପିଡିଏସ୍)ର ପ୍ରାୟ ୩୦ ପ୍ରତିଶତ ସାମଗ୍ରୀ ଖୋଲା ବଜାରକୁ ପଠାଯାଇଥିଲା। ଏହି ମାମଲାରେ ଶଙ୍କରଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। ତଦନ୍ତ ପରେ ପୂରା ମାମଲା ସ୍ପଷ୍ଟ ହୋଇଯିବ।

Get real time updates directly on you device, subscribe now.

Leave A Reply

Your email address will not be published.