THE BYAPINI

ଟିମ୍‌ ଇଣ୍ଡିଆ:କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧

Get real time updates directly on you device, subscribe now.

ନୂଆଦିଲ୍ଲୀ: ଇତିହାସ ରଚିଲା ଟିମ୍ ଇଣ୍ଡିଆ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ।  ଗତକାଲି ମୋହାଲିରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ଦିନିକିଆରେ ବିଜୟ ପରେ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ପୂର୍ବରୁ ଭାରତ ଟେଷ୍ଟ ଓ ଟି୨୦ରେ ଏକ ନମ୍ବର ଥିଲେ ମଧ୍ୟ ଦିନିକିଆରେ ପାକିସ୍ତାନ ଏକ ନମ୍ବର ଥିଲା। ଏସିଆ କପ୍‌ରେ ଦମଦାର ବିଜୟ ପରେ ଭାରତ ଆଜି ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଷିଷ୍ଟ ଦିନିକିଆ ସିରିଜ୍‌‌ର ପ୍ରଥମ ମୁକାବିଲାକୁ ୫ ୱିକେଟରେ ବିଜୟ ହାସଲ କରି ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନକୁ ଫେରିଛି। ଏହା  ସହ ଭାରତ ବର୍ତ୍ତମାନ କ୍ରିକେଟର ସବୁ ଫର୍ମାଟରେ ବିଶ୍ବର ଏକ ନମ୍ବର ଟିମ୍‌ ହୋଇଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.