ଟ୍ରାଇଡେଣ୍ଟ ଗ୍ରୁପର ବିଭିନ୍ନ ଠିକଣାରେ ଆୟକର ଚଢାଉ
ନୂଆଦିଲ୍ଲୀ: ଟ୍ରାଇଡେଣ୍ଟ ଗ୍ରୁପର ବିଭିନ୍ନ ଠିକଣାରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ମଙ୍ଗଳବାର ସାରା ଦେଶର ଏକାଧିକ ଠିକଣାରେ ଏହି ଚଢାଉ ଜାରି ରହିଛି। ଟ୍ରାଇଡେଣ୍ଟ୍ ଗ୍ରୁପ୍ ସୂତା, ହୋମ୍ ଟେକ୍ସଟାଇଲ୍, ପେପର ଆଣ୍ଡ ଷ୍ଟେସନାରୀ, କେମିକାଲ୍ସ ଏବଂ ଆଡାପ୍ଟିଭ୍ ପାୱାର ସେକ୍ଟରରେ କାର୍ଯ୍ୟ କରେ, ଏହାର ଉତ୍ପାଦନ ସୁବିଧା ମଧ୍ୟପ୍ରଦେଶର ବୁଧନି, ପଞ୍ଜାବର ବାରନାଲା ଓ ଧୌଲାରେ ଅବସ୍ଥିତ। ତେବେ ଚଢାଉ ବାବଦରେ ଆୟକର ଅଧିକାରୀମାନେ କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି। ତଦନ୍ତ ଶେଷ ହେବା ପରେ ହିଁ କିଛି କୁହାଯାଇପାରିବ ବୋଲି ଅଧିକାରୀ କହିଛନ୍ତି।