THE BYAPINI

‘ଟ୍ୱିଟ୍‌’ କରି ବିବାଦରେ ବୈଜୟନ୍ତ । ଓଡ଼ିଶା ସ୍ଥିତି ସହ ପାକିସ୍ତାନକୁ ତୁଳନା ପରେ ବଢିଲା ଅଡୁଆ।

Get real time updates directly on you device, subscribe now.

 ‘ମହାରାଷ୍ଟ୍ର ଓ ଓଡ଼ିଶା ପୁଲିସ୍ ସାମ୍ବାଦିକଙ୍କୁ ଉଠାଇନେବା, ଦୁର୍ବ୍ୟବହାର କରିବା ଓ ହେପାଜତକୁ ନେଇ ଜେରା କରିବା ଲଜ୍ଜାଜନକ। ତାହା ପୁଣି, ଆଇନକୁ ଅନୁସରଣ ନ କରି ପୁଲିସ କରୁଛି, ଠିକ୍ ପାକିସ୍ତାନ ଭଳି। ଏହା ହେଉଛି ପ୍ରକୃତ ଫାସିବାଦ’ । ଜଣେ ସାମ୍ବାଦିକଙ୍କ ବିରୋଧରେ ପୁଲିସ୍ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବାକୁ ଯାଇ ବିଜେପି ରାଷ୍ଟୀୟ ଉପାଧ୍ୟକ୍ଷ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ସହ ଫାଶୀବାଦୀ ବ୍ୟବସ୍ଥା ବୋଲି କଟାକ୍ଷ କରିଛନ୍ତି ।

ବୈଜୟନ୍ତ ପଣ୍ଡା ନିଜ ଟୁଇଟରେଲେଖିଛନ୍ତି- ମହାରାଷ୍ଟ୍ର ଓ ଓଡ଼ିଶା ପୁଲିସ୍, ସାମ୍ବାଦିକଙ୍କୁ ଉଠାଇନେବା, ଦୁର୍ବ୍ୟବହାର କରିବା ଓ ହେପାଜତକୁ ନେଇ ଜେରା କରିବା ଲଜ୍ଜାଜନକ । ତା ପୁଣି, ପୁଲିସ ଆଇନର ବିନା ପ୍ରକ୍ରିୟାରେ କରୁଛି, ଠିକ୍ ପାକିସ୍ତାନ ଭଳି । ଏହା ହେଉଛି ପ୍ରକୃତ ଫାଶୀବାଦ । ବୈଜୟନ୍ତ ପଣ୍ଡାଙ୍କ ଏହି ଟ୍ୱିଟ୍ ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଘଟଣାକୁ ରାଜନୈତିକ ମହଲ ଓ ବୁଦ୍ଧିଜୀବୀ ଗମ୍ଭୀରତାର ସହିତ ନେଇଛନ୍ତି। ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି ।  କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି- ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ନିନ୍ଦନୀୟ । ଏପଟେ ବିଜେଡି ନେତା କହିଛନ୍ତି- ଉତରପ୍ରଦେଶ କିମ୍ବା ହରିୟାଣା ଭଳି ରାଜ୍ୟ ତାଙ୍କୁ ଦେଖାଯାଉନି କି ବୋଲି ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.