THE BYAPINI

ଡାକ୍ତରଙ୍କ ଡିଲ୍ ବେଳର ଭିଡିଓ ଭାଇରାଲ୍‌

Get real time updates directly on you device, subscribe now.

ପାରାଦ୍ବୀପ: ଲାଞ୍ଚ ନେଇ ସିବିଆଇ ଦ୍ବାରା ଗିରଫ ହୋଇଥିବା ଡାକ୍ତରଙ୍କ ଡିଲ୍ ବେଳର ଭିଡିଓ ଭାଇରାଲ୍‌ । ପାରାଦୀପରେ ଜାହାଜ କ୍ୟାପଟେନଙ୍କ ସହିତ ବନ୍ଦର ପବ୍ଲିକ ହେଲଥ ଅଫିସର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଡିଲ୍‌ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ ଜାହାଜର କ୍ୟାପଟେନ ବସିଛନ୍ତି ଏବଂ ଡାକ୍ତର ପାଣିଗ୍ରାହୀ ନିଜର ସହଯୋଗୀଙ୍କ ଦ୍ବାରା ଦାମୀ ବିଦେଶୀ ମଦ, ବିଦେଶୀ ସିଗାରେଟ ସହିତ ଟଙ୍କା ଡିଲ୍‌ କରୁଛନ୍ତି । ଗତ ଗୁରୁବାର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ୫୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରା ପଡ଼ିଥିଲେ। ଏହା ପରେ ତାଙ୍କ କ୍ବାର୍ଟର୍ସ ଓ ଭଡାଘରୁ ୨୦ ହଜାର ୫୫୮ ଡଲାର ବା ପାଖାପାଖି ୧୭ ଲକ୍ଷ ଟଙ୍କା, ବିପୁଳ ପରିମାଣର ବିଦେଶୀ ମଦ, ବିଦେଶୀ ସିଗାରେଟ ମଧ୍ୟ ଜବତ ହୋଇଥିଲା।  ଏବେ ଡିଲ୍ ବେଳର ଭିଡିଓ ଭାଇରାଲ ହେବା ପରେ ଏହା ଏଠାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Get real time updates directly on you device, subscribe now.

Leave A Reply

Your email address will not be published.