THE BYAPINI

ଡାଲ୍‌ ହ୍ରଦରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫ ହାଉସ୍‌ବୋଟ୍‌

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା ଡାଲ ହ୍ରଦରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ହାଉସ୍‌ବୋଟ୍ ପୋଡ଼ି ପାଉଁଶ ହୋଇଯାଇଛି। ପୋଡ଼ିଯାଇଥିବା ହାଉସ୍‌ବୋଟ୍‌ଗୁଡ଼ିକରୁ ୩ ଜଣ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ କହିଛି ଯେ, ଡାଲ ହ୍ରଦର ୯ ନମ୍ବର ଘାଟ ନିକଟରେ ଥିବା ଏକ ହାଉସ୍‌ବୋଟ୍‌ରେ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଦ୍ରୁତ ଗତିରେ ବ୍ୟାପି ଅନ୍ୟ ହାଉସ୍‌ବୋଟ୍ ଗୁଡ଼ିକୁ ପୋଡ଼ି ଦେଇଥିଲା। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଥିବାବେଳେ ଅନ୍ୟ ଜଣଙ୍କର ଲିଙ୍ଗ ଚିହ୍ନଟ କରାଯାଇପାରି ନାହିଁ। ଏହି ଅଗ୍ନିକାଣ୍ଡରେ ୫ଟି ହାଉସ୍‌ବୋଟ୍ ଓ ଏଥି ସହ ସଂଲଗ୍ନ କୁଡ଼ିଆ ସମେତ କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅଗ୍ନିଶମ ବିଭାଗ ଅଧିକାରୀ ଫାରୁକ ଅହମଦ କହିଛନ୍ତି ଯେ, ଅଗ୍ନିକାଣ୍ଡର ଖବର ମିଳିବା ପରେ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ କେତେଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା। ଗୋଟିଏ ହାଉସ୍‌ବୋଟ୍‌ରେ ନିଆଁ ଲାଗିବା ପରେ ଏହା ଅନ୍ୟ ବୋଟ୍‌ଗୁଡ଼ିକୁ ବ୍ୟାପିଥିଲା ଏବଂ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.