THE BYAPINI

ଡିସେମ୍ବରରେ କରୋନା ନେଇଛି ୧୦ ହଜାର ଜୀବନ

Get real time updates directly on you device, subscribe now.

ନୂଆଦିଲ୍ଲୀ:   ଗତ ମାସରେ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ଛୁଟିଦିନରେ ଭିଡ ଯୋଗୁଁ ସାରା ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଅନ୍ୟପଟେ ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧାନୋମ କହିଛନ୍ତି, “ଡିସେମ୍ବରରେ କୋରୋନା ସଂକ୍ରମଣ ଯୋଗୁଁ ପ୍ରାୟ ୧୦,୦୦୦ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ପ୍ରାୟ ୫୦ଟି ଦେଶରେ ଡାକ୍ତରଖାନାରେ ଭର୍ତ୍ତି କୋଭିଡ ରୋଗୀଙ୍କ ସଂଖ୍ୟା ମଧ୍ୟ ୪୨ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି କୋରୋନା ଯୋଗୁଁ ୟୁରୋପୀୟ ଦେଶମାନଙ୍କରେ ସ୍ଥିତି ଖରାପ ରହିଛି ।”

ସୂଚନାଯୋଗ୍ୟ ଯେ, ଖ୍ରୀଷ୍ଟମାସ ଏବଂ ନୂଆବର୍ଷରେ ଭିଡ ଜମିବା ଯୋଗୁଁ କୋରୋନା ବିସ୍ଫୋରଣ ହୋଇପାରେ ବୋଲି ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଥିଲେ । ତେବେ ହୁ’ର ମହାନିର୍ଦ୍ଦେଶକ ଜିନେଭାରେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମହାମାରୀ ପିକରେ ରହିଥିବା ସମୟରେ ୧୦,୦୦୦ ମୃତ୍ୟୁ ସଂଖ୍ୟା ଅତ୍ୟନ୍ତ କମ୍ ଅଟେ । ତଥାପି ଯଦି ଚାହିଁବା ମୃତ୍ୟୁ ହାରରେ ରୋକ ଲଗାଇପାରିବା । କୋରୋନାକୁ ନେଇ ସତର୍କ ରହିବା ଜରୁରୀ । ସାରା ବିଶ୍ବରେ ସରକାର କୋରୋନାକୁ ଗମ୍ଭୀରତାର ସହ ନେଇ ଚିକିତ୍ସା ଏବଂ ଟୀକାକରଣ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ ।

Get real time updates directly on you device, subscribe now.

Leave A Reply

Your email address will not be published.