THE BYAPINI

ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨ୟ ପ୍ରାର୍ଥୀ ତାଲିକା: ଜୁବିଲି ହିଲ୍ସରୁ କଂଗ୍ରେସ ଟିକେଟରେ ଲଢିବେ ମହମ୍ମଦ ଆଜାରୁଦ୍ଦିନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ୪୫ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ରାଜ୍ୟର ହାଇଦ୍ରାବାଦ ସହରର ଜୁବିଲି ହିଲ୍ସ ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ପୂର୍ବତନ ସାଂସଦ ମଧୁ ଗୌର ୟାକ୍ଷୀଙ୍କୁ ଲାଲ ବାହାଦୁର ନଗର ଆସନରୁ ଟିକେଟ ମିଳିଛି । ସେହିପରି ପୂଜାଲା ହରିକୃଷ୍ଣଙ୍କୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ସାମ୍ନାରେ ସିଦ୍ଦିପେଟ ଆସନରୁ ଟିକେଟ ଦିଆଯାଇଛି।

ଏହାବ୍ୟତୀତ କେ ରାଜଗୋପାଳ ରେଡ୍ଡୀଙ୍କୁ କଂଗ୍ରେସ ମୁନୁଗୋଡେରୁ, ମୁରଲୀ ନାଏକଙ୍କୁ ମହବୁବାବାଦରୁ ଏବଂ ରବିନ୍ ରେଡ୍ଡୀଙ୍କୁ ଆମ୍ବରପେଟରୁ ପ୍ରାର୍ଥୀ କରିଛି। ତେଲେଙ୍ଗାନାର ୧୧୯ଟି ଆସନରୁ ୧୦୦ଟିଆସନରେ ଦଳ ପ୍ରାର୍ଥୀ ଦେଇଛି। ନଭେମ୍ବର ୩୦ତାରିଖରେ ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଆସନ ପାଇଁ ମତଦାନ ହେବ। ଡିସେମ୍ବର ୩ତାରିଖରେ ଭୋଟ୍ ଗଣତି ହେବ।

ତେଲେଙ୍ଗାନାରେ ହୋଇଥିବା ୨୦୧୮ ବିଧାନସଭା ନିର୍ବାଚନରେ କେସିଆରଙ୍କ ବିଆରଏସ (ତତ୍କାଳୀନ ଟିଆରଏସ୍) ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ବିଆରଏସ ୧୧୯ଟି ଆସନରୁ ୮୮ଟିରେ ବିଜୟୀ ହୋଇଥିଲା। ସେହିପରି କଂଗ୍ରେସ ୧୯ଟି ଆସନରେ ସୀମିତ ରହିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.