THE BYAPINI

ତେଲ ଅଭିଭକୁ ବନ୍ଦ ହେଲା ଏୟାର ଇଣ୍ଡିଆର ସବୁ ବିମାନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏୟାର ଇଣ୍ଡିଆ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆ ଅକ୍ଟୋବର ୧୮ ପର୍ଯ୍ୟନ୍ତ ତେଲ ଆଭିଭକୁ ନିଜର ସମସ୍ତ ବିମାନକୁ ବାତିଲ କରିଛି। ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ ଏୟାରଲାଇନ୍ସ  ଜରୁରୀ ଆବଶ୍ୟକତା ଆଧାରରେ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଚାର୍ଟର୍ଡ ବିମାନ ଚଳାଚଳ କରିବ।

ଏହା ପୂର୍ବରୁ ଏୟାର ଇଣ୍ଡିଆ ଇସ୍ରାଏଲର ଅର୍ଥନୈତିକ କେନ୍ଦ୍ର ତେଲ ଅଭିବରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ବିମାନ ଚଳାଚଳ କୁ ସ୍ଥଗିତ ରଖିଥିଲା । ଏୟାର ଇଣ୍ଡିଆ ସାଧାରଣତଃ ନୂଆଦିଲ୍ଲୀରୁ ତେଲ ଅଭିଭକୁ ସପ୍ତାହକୁ ପାଞ୍ଚଟି ବିମାନ ଚଳାଚଳ କରିଥାଏ। ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଏହି ସେବା ଚାଲିଥାଏ। ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିବା ‘ଅପରେସନ ଅଜୟ’ ଅଧୀନରେ ଏୟାରଲାଇନ୍ସ ଦୁଇଟି ବିମାନ ଚଳାଚଳ କରିଛି।

‘ଅପରେସନ ଅଜୟ’ ଅଧୀନରେ ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ଭାରତୀୟ ଇସ୍ରାଏଲରୁ ସ୍ୱଦେଶ ଫେରିଛନ୍ତି। ଶୁକ୍ରବାର ୨୩୫ ଜଣ ଭାରତୀୟନାଗରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିଥିଲା। ଏହି ସମୟରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ସେମାନଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ

Get real time updates directly on you device, subscribe now.

Leave A Reply

Your email address will not be published.