ଥମୁନି ମାଳଦ୍ୱୀପ ଝଡ଼; ସମସ୍ତ ଫ୍ଲାଇଟ ବୁକିଂ ରଦ୍ଦ
ନୂଆଦିଲ୍ଲୀ: ଲାକ୍ଷାଦ୍ୱୀପକୁ ନେଇ ଜୋର ଧରିଲା ମାଳଦ୍ୱୀପ ଝଡ଼ । ସୋଶାଲ ମିଡିଆରେ ଟ୍ରେଣ୍ଡ ହେଉଛି ୰ଈକ୍ଟଚ୍ଚମକ୍ଟଗ୍ଧଗ୍ଧଗବକ୍ଷୟସଙ୍ଖରଗ୍ଦ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନ ସୂଚକ ମନ୍ତବ୍ୟ ଦେଇ ସସପେଣ୍ଡ ହୋଇଛନ୍ତି ମାଳଦୀପର ୩ ମନ୍ତ୍ରୀ ।
ତେବେ ଏହାରି ଭିତରେ ଭାରତରୁ ମାଳଦୀପ ପାଇଁ ହୋଇଥିବା ସମସ୍ତ ଫ୍ଲାଇଟ୍ ବୁକିଂକୁ ରଦ୍ଦ କରିଛି ଇଜ୍ ମାଇ ଟ୍ରିପ୍। ଏହା ସହ ସମସ୍ତ ବୁକିଂ ବନ୍ଦ କରିଦେଇଛି । ଫଳରେ ମାଳଦୀପରେ ସମସ୍ତ ହୋଟେଲ ବୁକିଂ ମଧ୍ୟ ରଦ୍ଦ ହୋଇଯାଇଛି ।
ଇଜ୍ ମାଇ ଟ୍ରିପ୍ସିଇଓ ନିଶାନ୍ତ ପଟ୍ଟି ସୂଚନା ଦେଇ କହିଛନ୍ତି, ଦେଶର ଏକତାରେ ସାମିଲ ହୋଇ ଇଜ୍ ମାଇ ଟ୍ରିପ୍ ପକ୍ଷରୁ ମାଳଦ୍ୱୀପକୁ ଯାଉଥିବା ସବୁ ଫ୍ଲାଇଟ୍ ବୁକିଂକୁ ବାତିଲ କରି ଦିଆଯାଇଛି।
ପ୍ରତିବର୍ଷ ଭାରତରୁ ଲକ୍ଷାଧିକ ପର୍ୟ୍ୟଟକ ମାଳଦ୍ୱୀପ ଯାଆନ୍ତି । ମାଳଦ୍ୱୀପ ଯାଉଥିବା ଟୁରିଷ୍ଟ ତାଲିକାରେ ସବୁଠୁ ଅଧିକ ଅଛନ୍ତି ଭାରତୀୟ । ଭାରତରୁ ୨ ଲକ୍ଷରୁ ଅଧିକ ପର୍ୟ୍ୟଟକ ମାଳଦ୍ୱୀପ ଯାଉଥିବା ବେଳେ ଏହା ପଛକୁ ରୁଷ ଓ ଚୀନ ରହିଛନ୍ତି । ଭାରତୀୟ ଯଦି ମାଳଦ୍ୱୀପକୁ ବୟକଟ କରନ୍ତି ତେବେ ପର୍ୟ୍ୟଟନ ଉପରେ ନିର୍ଭର କରୁଥିବା ଏହି ଦେଶର ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡ଼ିବ ।