ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ
କେନ୍ଦୁଝର : ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ । କେନ୍ଦୁଝର ଜିଲ୍ଲା ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ଭେଜଡ଼ିହି ଗାଁରେ ଜମିରେ ଧାନ ଜଗିଥିବା ବେଳେ, ହାତୀ ଆକ୍ରମଣରେ ବନମାଳୀ ମୁଣ୍ଡାଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ବନମାଳୀ ନିଜ ବିଲ ନିକଟ ଏକ ଚାଳଘରେ ଧାନ ଜଗିଥିବା ବେଳେ, ଗୋଠଛଡ଼ା ଦନ୍ତାହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ବନମାଳୀଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି ।