THE BYAPINI

ଦିନ ୧.୨୦ ମିନିଟରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ପୁରୀ :  ବୁଧବାର ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଉଛି । ଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧.୨୦ ମିନିଟରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିବେ ବୋଲି ଲଗ୍ନ ଧାର୍ୟ୍ୟ ହୋଇଛି । ଲୋକାର୍ପଣ ଫଳକର ଡୋରି ଫିଟାଇ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍‌ଘାଟନ କରିବେ । ଏହାପରେ ଗଜପତି ଦେବେ ପୂର୍ଣ୍ଣାହୂତି । ବୁଧବାର ପୌଷ ଶୁକ୍ଳ ସପ୍ତମୀରେ ‘ପରିକ୍ରମା’ ଲୋକାର୍ପଣ ଉତ୍ସବର ସାକ୍ଷୀ ରହିବାକୁ ପୁରୀକୁ ଭକ୍ତଙ୍କ ଆଗମନ ବଢ଼ିଛି । ଯଜ୍ଞସ୍ଥଳ ମନ୍ତ୍ର ଧ୍ୱନିରେ କମ୍ପମାନ ହେଉଥିବା ବେଳେ ଶ୍ରୀମନ୍ଦିର ଚାରିଦ୍ୱାର ବେଦଧ୍ୱନୀରେ ହେଉଛି ତରଙ୍ଗାୟିତ । ଅଭିମନ୍ତ୍ରିତ ଜଳକୁ ପରିକ୍ରମା ମାର୍ଗ ଓ ଫଳକ ଉପରେ ସିଞ୍ଚନ କରାଯାଇଛି । ଲୋକାର୍ପଣ ଉତ୍ସବର କାର୍ୟ୍ୟସୂଚୀ ଅନୁଯାୟୀ, ସକାଳେ ସୂର୍ୟ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁଶୋଧନ, ଅଧିବାସ ସହ ହବନ ଅନୁଷ୍ଠିତ ହେବ ।

ଅପରାହ୍ନ ୧.୨୦ରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଫଳକ ଉନ୍ମୋଚନ କରିବେ । ୧.୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ପୂର୍ଣ୍ଣାହୂତି ସହ ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଓ ପ୍ରଦକ୍ଷିଣ ପରେ ଦିନ ପ୍ରାୟ ୩ଟା ବେଳକୁ ସର୍ବସାଧାରଣଙ୍କ ନିମନ୍ତେ ସମସ୍ତ ରାସ୍ତା ଯାତାୟତ ନିମନ୍ତେ ଖୋଲି ଦିଆଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.