THE BYAPINI

ଦୁଇ ଦିନରେ ୧୦୨କୋଟି ଟଙ୍କା ଆୟ କଲାଣି ଟାଇଗର ୩

Get real time updates directly on you device, subscribe now.

ମୁମ୍ବାଇ: ପାର୍ବଣ ଋତୁରେ ସିନେପ୍ରେମୀଙ୍କୁ ‘ଟାଇଗର ୩’ ଉପହାର ଦେଇଛନ୍ତି ବଲିଉଡ଼ ଭାଇଜାନ୍‌ ସଲମାନ ଖାନ। ରବିବାର ଦୀପାବଳି ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ତେବେ ସଲମାନଙ୍କ ଫିଲ୍ମର ପ୍ରଥମ ଦିନ ଆୟ ‘ଯୱାନ’ ଓ ‘ପଠାନ’ଠାରୁ କମ୍‌ ରହିଛି ସତ, କିନ୍ତୁ ପ୍ରଥମ ସୋମବାର ଏହା କମାଲ୍‌ ପ୍ରଦର୍ଶନ କରିଛି। ମାତ୍ର ଦୁଇ ଦିନରେ ଏହି ଚଳଚ୍ଚିତ୍ରର ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟ କରିଛି।

ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୪୪.୫୦କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୫୭.୫୦କୋଟି ଟଙ୍କା ଆୟ କରିଛି। ଏହି ଆୟ ‘ପଠାନ୍’, ‘ଯୱାନ’ ଏବଂ ‘ବାହୁବଲୀ-୨’ର ହିନ୍ଦୀ ସଂସ୍କରଣର ପ୍ରଥମ ସୋମବାର ବ୍ୟବସାୟ ଠାରୁ ଅଧିକ। ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଟାଇଗର ୩’ ବର୍ତ୍ତମାନ ପ୍ରଥମ ସୋମବାର ଆୟ ପରୀକ୍ଷାରେ ଶୀର୍ଷରେ ରହିଛି। ଦ୍ବିତୀୟ ଦିନର ଆୟ ଦେଖିଲେ ଆଗାମୀ ଦିନରେ ଏହା ଆହୁରି ବଢ଼ିବ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ଫିଲ୍ମଟି ମୋଟ ୧୦୨କୋଟି ଟଙ୍କା ଆୟ କରିସାରିଛି।

Get real time updates directly on you device, subscribe now.

Leave A Reply

Your email address will not be published.