THE BYAPINI

ଦୁର୍ଘଟଣା: ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

Get real time updates directly on you device, subscribe now.

ଚୌଦ୍ୱାର : ଦୁର୍ଘଟଣାର ଶିକାର ହେଲେ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ । କଟକ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍‌ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଧାରକର ବସନ୍ତଙ୍କ ଗାଡି। ତେବେ ଗୁରୁତର ଅବସ୍ଥାରେ ସୁଧାକର ବସନ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବାରିପଦାକୁ ସୁଟିଂ କରିବାକୁ ଯାଇଥିଲେ ସୁଧାକର ବସନ୍ତ । ସେଠାରୁ ଭୁବନେଶ୍ୱର ଫେରିବା ସମୟରେ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍‌ ସମ୍ମୁଖରେ ଘଟିଲା ଦୁର୍ଘଟଣା । ମଙ୍ଗୁଳି ଛକରେ ବେଆଇନ୍‌ ଭାବେ ପାର୍କିଂ କରିଥିବା ଏକ ଟ୍ରକକୁ ପଛ ପଟପ ଧକ୍କା ଦେଇଥିଲା ସୁଧାକର ବସନ୍ତଙ୍କୁ ଗାଡି । ଯାହାଫଳରେ ସେ ଗୁରୁତର ହୋଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀମାନେ ସୁଧାକର ବସନ୍ତଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ । ତେବେ ଗାଡ଼ିରେ ଡ୍ରାଇଭର ଓ ସୁଧାକର ବସନ୍ତଙ୍କୁ ମିଶାଇ ଦୁଇ ଜଣ ଥିଲେ । ଡ୍ରାଇଭର ଅବସ୍ଥା ଭଲ ଥିବା ବେଳେ ସୁଧାକରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Get real time updates directly on you device, subscribe now.

Leave A Reply

Your email address will not be published.