THE BYAPINI

ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

Get real time updates directly on you device, subscribe now.

ଫୁଲବାଣୀ: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି। ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି ଫୁଲବାଣୀ ପୋସ୍କ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା। ଜରିମାନା ଅନାଦୟେ ଅଧିକ ଏକ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ପୀଡିତା ନାବାଳିକାଙ୍କୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ହେଇଛନ୍ତି କୋର୍ଟ। ମିଳିଥିବା ସୁଚନା ଅନୁଯାୟୀ, ପୀଡିତା ଜଣେ ୧୬ ବର୍ଷିୟା ନାବାଳିକା। ସେ ଫୁଲବାଣୀର ଫିରିଙ୍ଗିଆ ଥାନା ଅଞ୍ଚଳର। ୨୦୧୯ ମସିହା ଫେବୃଆରୀ ମାସରେ ପୀଡିତାଙ୍କ ପରିବାର ଲୋକେ ବାହାର ଗାଁକୁ ଯାଇଥିବା ବେଳେ ପୀଡିତା ଘରେ ଥିବା ଦୋକାନ ଖୋଲି ବସିଥିଲେ। ଏହି ସମୟରେ ଅଭିଯୁକ୍ତ ଦୁଃଶାସନ ପ୍ରଧାନ ଦୋକାନକୁ ଯାଇ ନାବାଳିକାଙ୍କୁ ବାକିରେ ବିଡି଼ ମାଗିଥିଲେ। ପୀଡିତା ବାକି ଦେବାକୁ ମନା କରିବାରୁ ଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାପରେ ପୀଡିତା ଦୋକାନରୁ ଘରକୁ ଚାଲିଯିବାରୁ ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କ ପଛେ ପଛେ ଘର ଭିରକୁ ପଶି ତାଙ୍କୁ ଦୁଷ୍କର୍ମ କରିଥିଲେ। 

Get real time updates directly on you device, subscribe now.

Leave A Reply

Your email address will not be published.