THE BYAPINI

ଦ୍ୱିତୀୟ ବିବାହ କଲେ ଶୋଏବ ମଲିକ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ମଲିକ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶନିବାର ସକାଳେ ସେ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି।

ସୂଚନାଥାଉ କି, ଦୁଇଦିନ ପୂର୍ବରୁ ସାନିଆ ମିର୍ଜା ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ବିବାହ ବିଚ୍ଛେଦ ବହୁତ କଷ୍ଟ ଦେଇଥାଏ। ସେହିପରି ବିବାହ ମଧ୍ୟ ଯନ୍ତ୍ରଣାଦାୟକ ହୋଇଥାଏ। ଅନୁମାନ କରାଯାଉଥିଲା କି, ଶୋଏବଙ୍କ ସହ ସାନିଆଙ୍କର ଛାଡପତ୍ର ହୋଇଯାଇଛି। ଗତ ୧ବର୍ଷ ମଧ୍ୟରେ ଗୁଜବ ହେଉଥିଲା କି, ଦୁହିଁଙ୍କ ମଧ୍ୟରେ କିଛି ବି ଠିକ୍‌ ନାହିଁ। ଦୁହେଁ ଅଲଗା ହେବାକୁ ଯାଉଛନ୍ତି। ଏହି ଅନୁମାନର ସତ୍ୟତା ଆଜି ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ଶୋଏବ ଓ ସୋନିଆ ୨୦୧୦ ଏପ୍ରିଲ ୧୨ରେ ହାଇଦ୍ରାବାଦରେ ବିବାହ କରିଥିଲେ। ତେବେ ଏହାକୁ ନେଇ ଦେଶରେ ବିବାଦ ଦେଖା ଦେଇଥିଲା। ୨୦୧୮ରେ ସେମାନଙ୍କର ଏକ ପୁଅ ହୋଇଥିଲା। କିନ୍ତୁ କରୋନା ପରେ ଦୁହିଁଙ୍କ ଭିତରେ ବିବାଦ ଦେଖାଯିବାରୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.