THE BYAPINI

ଦୟାକରି ମୋତେ ମୋଦିଜୀ ଡାକନ୍ତୁ ନାହିଁ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛି। ମୋଦି ପହଞ୍ଚିବା ପରେ ଭାଜପା ଏମ୍‌ପିମାନେ ‘ମୋଦି ଜୀ ସ୍ବାଗତ ହୈ’ ସ୍ଲୋଗାନ ଦେବା ଆରମ୍ଭ କରିଛନ୍ତି। ପୁରା ହଲ ପ୍ରକମ୍ପିତ ହୋଇଥିଲା। କାର୍ୟ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ପାଇଥିବା ବିଜୟ କୌଣସି ଜଣେ ବ୍ୟକ୍ତିର ବିଜୟ ନୁହେଁ, ବରଂ ସଂଗଠନର ବିଜୟ। ମୋତେ ମୋଦି ଜୀ ବୋଲି କହି ଜନସାଧାରଣଙ୍କଠାରୁ ଦୂରେଇ ଦେବା ଉଚିତ୍‌ ନୁହେଁ। ମୁଁ କେବଳ ମୋଦି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୩ଟି ରାଜ୍ୟରେ ବିଜୟ ହେଉଛି ଦଳର ଆତ୍ମାର ବିଜୟ। ସମସ୍ତଙ୍କ ଉଦ୍ୟମ ଯୋଗୁ ଏହି ବିଜୟ ହାସଲ ହୋଇଛି। ଏହା କେବଳ ଜଣେ ବ୍ୟକ୍ତିର କଠିନ ପରିଶ୍ରମ ନୁହେଁ। ସମସ୍ତଙ୍କ କଠିନ ପରିଶ୍ରମ ହେତୁ ହିଁ ଆମେ ଏହି ବିଜୟ ହାସଲ କରିଛୁ। ତେଣୁ ସମସ୍ତଙ୍କୁ ଖୁସି କରାଯିବା ଉଚିତ୍‌।
ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ୩ଟି ରାଜ୍ୟରେ ବଡ଼ ସଫଳତା ହାସଲ କରାଯାଇଛି। ଏହା ହେଉଛି ସମସ୍ତ କାର୍ୟ୍ୟକର୍ତ୍ତାଙ୍କ ବିଜୟ, ଏହାକୁ କେବଳ ମୋଦିଙ୍କ ବିଜୟ ବୋଲି ଭାବନ୍ତୁ ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.