ଭୁବନେଶ୍ବର: ଧନତେରସ୍ରେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି। ସେହି ବିଶ୍ବାସକୁ ଆଧାର କରି ଧନତେରସ୍ରେ ବିପୁଳ ସୁନା, ରୁପା ଓ ହୀରା ଗହଣା ବିକ୍ରି ହେଉଛି। ଓଡ଼ିଶାରେ ବର୍ଷତମାମ ଯେତିକି ସୁନା ବିକ୍ରି ହୋଇଥାଏ ତାହାର ଏକ ବଡ଼ ଭାଗ ଅକ୍ଷୟ ତୃତୀୟା ଓ ଧନତେରସ୍ ଦିନ ବିକ୍ରି ହୋଇଥାଏ। ଧନତେରସ ମାସରେ ଦୁଇ ମାସ ଗହଣା ଏକସଙ୍ଗେ ବିକ୍ରି ହୋଇଥାଏ । ଚଳିତ ବର୍ଷର ସୁନାର ୧୦ ଗ୍ରାମ ପିଛା ଦାମ ୫୫, ୭୦୦ ଟଙ୍କା ରହିଥିବାରୁ ଲୋକମାନଙ୍କ ଭିତରେ ସୁନା କିଣିବାକୁ ନେଇ ଉତ୍ସାହ ରହିଛି। କିଛି ଦିନ ହେଲାଣି ସୁନା ଦୋକାନଗୁଡ଼ିକରେ ସ୍ବାଭାବିକ ଦିନଠାରୁ ଅଧିକ ଭିଡ଼ ଦେଖିବାକୁ ମିଳୁଛି। ତେଣୁ ଧନ୍ତେରସ୍ରେ ଏଥର ଗତବର୍ଷଠାରୁ ଅଧିକ ବେପାର ହେବ ବୋଲି ସୁନା ବ୍ୟବସାୟୀମାନେ ଆଶା ରଖିଛନ୍ତି।