THE BYAPINI

ନକଲି ଜନ୍ମ ପ୍ରମାଣପତ୍ର ମାମଲା: ଆଜମ ଖାନ୍‌, ପତ୍ନୀ ଓ ପୁଅକୁ ୭ ବର୍ଷ ଜେଲ

Get real time updates directly on you device, subscribe now.

ଲକ୍ଷ୍ନୌ: ୨୦୧୯ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌, ତାଙ୍କ ପତ୍ନୀ ତାଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରି ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଏହି ମାମଲାରେ ଅଦାଲତରେ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଜିଲ୍ଲା ସରକାରୀ ଓକିଲ ଅରୁଣ ପ୍ରକାଶ ସାକ୍ସେନା କହିଛନ୍ତି, କୋର୍ଟଙ୍କ ରାୟ ପରେ ତିନି ଜଣଙ୍କୁ ନ୍ୟାୟିକ ହେପାଜତକୁ ନିଆଯାଇଛି ଏବଂ କୋର୍ଟରୁ ହିଁ ସେମାନଙ୍କୁ ଜେଲକୁ ପଠାଯିବ। ସାଂସଦ-ବିଧାୟକ କୋର୍ଟ ମାଜିଷ୍ଟ୍ରେଟ ସୋଭିତ ବଂଶଲ ତିନି ଦୋଷୀଙ୍କୁ ସର୍ବାଧିକ ୭ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏହି ମାମଲାରେ ବିଜେପି ବିଧାୟକ ଆକାଶ ସାକ୍ସେନା ୨୦୧୯ ଜାନୁଆରି ୩ ତାରିଖରେ ରାମପୁରର ଗଞ୍ଜ ଥାନାରେ ଏକ ଏତଲା ଦେଇଥିଲେ। ଆଜମ ଖାନ ଏବଂ ତାଙ୍କ ପତ୍ନୀ ମିଳିତ ଭାବେ ତାଙ୍କ ପୁଅକୁ ଦୁଇଟି ନକଲି ଜନ୍ମ ତାରିଖ ପ୍ରମାଣପତ୍ର ହାସଲ କରିବାରେ ସାହାଯ୍ୟ କରିଥିଲେ, ଗୋଟିଏ ଲକ୍ଷ୍ନୌରୁ ଏବଂ ଅନ୍ୟଟି ରାମପୁରରୁ ହାସଲ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

ମାମଲାର ତଦନ୍ତ ପରେ ଅଦାଲତରେ ଦାଖଲ ହୋଇଥିବା ଚାର୍ଜସିଟ୍‌ ଅନୁଯାୟୀ, ରାମପୁର ମ୍ୟୁନିସିପାଲିଟି ଦ୍ୱାରା ଜାରି କରାଯାଇଥିବା ସାର୍ଟିଫିକେଟରେ ଅବଦୁଲ୍ଲା ଆଜମଙ୍କ ଜନ୍ମ ତାରିଖ ୧ ଜାନୁଆରି ୧୯୯୩ ବୋଲି ଉଲ୍ଲେଖ କରାଯାଇଥିଲା। ଅନ୍ୟ ସାର୍ଟିଫିକେଟ ଅନୁଯାୟୀ ସେ ୧୯୯୦ ମସିହା ସେପ୍ଟେମ୍ବର ୩୦ ତାରିଖରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.