THE BYAPINI

ନବରାତ୍ରୀରେ ଗର୍‌ବା କରୁଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ନୁହଁନ୍ତି

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ନବରାତ୍ରୀ ସମୟରେ କିଛି ମହିଳାଙ୍କ ସହିତ ଗରବା କରୁଥିବାର ଏକ ଭିଡିଓ ଓ ଚିତ୍ର ନିକଟରେ ସାମାଜିକ ଗଣମାଧ୍ଯମରେ ଖୁବ ଭାଇରାଲ ହୋଇଥିଲା । ତେବେ ଏହି ଭାଇରାଲ ଭିଡିଓରେ ମୋଦି ନାହାନ୍ତି ଯେଉଁ ବ୍ୟକ୍ତି ଜଣଙ୍କ ଏଠାରେ ଗରବା କରୁଛନ୍ତି ସେ ମୋଦିଙ୍କର ଡୁପ୍ଲିକେଟ୍‌ ବା ନକଲ ଭଳି ଦିଶୁଥିବା ଜଣେ ବ୍ୟକ୍ତି ଅଟନ୍ତି ।

ଏହିଭଳି କୌଣସି ସ୍ଥାନକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂକ୍ରାନ୍ତରେ କୌଣସି ଖବର ପ୍ରସାରିତ ହୋଇନଥିବାରୁ କେତେକ ଗଣମାଧ୍ୟମ ସଂସ୍ଥା ଏହି ଭିଡିଓର ସତ୍ୟାସତ୍ୟ ଅନୁଧ୍ୟାନ କରିବା ଆରମ୍ଭ କରିଥିଲେ । ଅନୁସନ୍ଧାନରୁ ଏହା ଜଣାପଡିଲା ଯେ, ଏହି ଭାଇରାଲ ଭିଡିଓରେ ଗରବା କରୁଥିବା ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି ବରଂ ତାଙ୍କର ଅବିକଳ ନକଲ ଭଳି ଦିଶୁଥିବା ଭିନ୍ନ ଜଣେ ବ୍ୟକ୍ତି ।  ଏହି ବ୍ୟକ୍ତିଙ୍କର ନାମ ହେଉଛି ବିକାଶ ମାହାନ୍ତେ । ସେ ମୁମ୍ବାଇର ଜଣେ ବ୍ୟବସାୟୀ ଏବଂ ଅଭିନେତା ମଧ୍ୟ । ମ଼ାହାନ୍ତେ ନଭେମ୍ବର ୭ ତାରିଖରେ ତାଙ୍କ ଇଷ୍ଟାଗ୍ରାମ୍‌ ଆକାଉଂଟ୍‌ରେ ସେ ଲଣ୍ଡନର ଏକ ‘ଦିୱାଲି ମେଲା’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ବୋଲି ଉଲ୍ଲେଖ କରି କିଛି ଫଟୋ ଶେଆର କରିଥିଲେ । ଏହି ଭିଡିଓକୁ ଦେଖି ଜଣେ ଏକ୍ସ ବ୍ୟବହାରକାରୀ ମାହାନ୍ତେଙ୍କର ଇନଷ୍ଟାଗ୍ରାମ୍‌ ଷ୍ଟୋରୀର ସ୍କ୍ରିନ୍‌ ସଟ୍‌ ଶେଆର କରି ସେ ଅବିକଳ ପ୍ରଧାନମନ୍ତ୍ରୀଙ୍କ ଭଳି ଦିଶୁଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଏହାପରେ ସେ ଶେଆର କରିଥିବା ଫଟୋରେ ପ୍ରଧାନମନ୍ତ୍ରୀ ଗରବା କରୁଛନ୍ତି ବୋଲି ଭିଡିଓ ଭାଇରାଲ ହୋଇ ଯାଇଥିଲା।  ଭାଇରାଲ ହୋଇଥିବା ଭିଡିଓରେ ନାଚୁଥିବା ମହିଳା ଏବଂ ସମାନ ରଙ୍ଗ ଏବଂ ଡିଜାଇନ୍‌ ଥିବା ପୃଷ୍ଠଭୂମି ସ୍ପଷ୍ଟ ଭାବରେ ଜଣାପଡୁଥିଲା । ମାହାନ୍ତେ ମଧ୍ୟ ଉକ୍ତ ମହିଳାମାନଙ୍କ ସହିତ ଗରବା କରୁଥିବା ବ୍ୟକ୍ତିଙ୍କ ଭଳ ସମାନ ଧରଣ ପୋଷାକ ପରିଧାନ କରିଥିଲେ । ଅଧିକ ଅନୁସନ୍ଧାନରୁ ଏହା ଜଣାପଡିଲା ଯେ, ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀଙ୍କ ଭଳି ପୋଷାକ ପରିଧାନ କରନ୍ତି । ମାହାନ୍ତେଙ୍କର ଟିମ୍‌ର ଜଣେ ସଦସ୍ୟ ମଧ୍ୟ ଏହି ଭିଡିଓଟି ମାହାନ୍ତେଙ୍କର  ଓ ଏହା ନଭେମ୍ବର ୪ ଓ ୫ ତାରିଖରେ ଲଣ୍ଡନରେ ରେକର୍ଡ କରାଯାଇଥିଲା ବୋଲି ସ୍ପଷ୍ଟ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.