THE BYAPINI

ନବୀନ କରିବେ ଭର୍ଚୁଆଲ ପ୍ରଚାର: କାଲି ତିର୍ତ୍ତୋଲ ଓ ୨୯ରେ ବାଲେଶ୍ୱର ଆସନ ପାଇଁ ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ।

Get real time updates directly on you device, subscribe now.

ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଆସନ୍ତାକାଲି ତିର୍ତ୍ତୋଲ ବିଧାନସଭା ଆସନ ଲାଗି ପ୍ରଚାର କରିବାକୁ ଥିବା ବେଳେ ୨୯ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ ପ୍ରଚାର କରିବେ ନବୀନ । ତିର୍ତ୍ତୋଲରେ ପୂର୍ବତନ ବିଧାୟକ ସ୍ୱର୍ଗୀୟ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ସପକ୍ଷରେ ପ୍ରଚାର କରିବେ । ସେହିଭଳି ବାଲେଶ୍ୱର ସଦର ଆସନ ନେଇ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ପଚ୍ରାର କରିବେ ବିଜେଡି ସୁପ୍ରିମୋ । ପୂର୍ବରୁ ନବୀନଙ୍କ ପ୍ରଚାରକୁ ନେଇ କିଛି ସ୍ପଷ୍ଟ ସୂଚନା ନଥିବା ବେଳେ ଆଜି ଏ ନେଇ ସ୍ପଷ୍ଟ ହୋଇଛି । ଯାହାକୁ ନେଇ ଦଳୀୟ ପ୍ରାର୍ଥୀ, ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ରହିଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ରାଜ୍ୟର ତିନି ରାଜନୈତିକ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ଜୋରଦାର ପ୍ରଚାର କରାଯାଉଛି । ମତଦାନ ପାଇଁ ହାତ ଗଣତି ଦିନ ରହିଥିବା ବେଳେ ଉପନିର୍ବାଚନ ପ୍ରଚାର ମୈଦାନକୁ ବିଜେଡି ସୁପ୍ରିମୋ ଓହ୍ଲାଇବା ବେଶ ଗୁରୁତ୍ୱ ରଖୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.