ଭୁବନେଶ୍ୱର : ଓଡିଶାରେ ଗୋରୁଙ୍କୁ ଚର୍ମବିଣ୍ଡି ରୋଗରୁ ମୁକ୍ତ ରଖିବାକୁ ପାଇଁ ପଶୁ ସମ୍ପଦ ବିଭାଗ ପକ୍ଷରୁ ଆସନ୍ତା ନଭେମ୍ବର ପହିଲାରୁ ରାଜ୍ୟବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ପଶୁ ସମ୍ପଦ ବିଭାଗ ପକ୍ଷରୁ ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଗୋଟିଏ ଟୀକା ପିଛା ୫ ଟଙ୍କା ୨୫ ପଇସା ହିସାବରେ ଟୀକାକରଣ ପାଇଁ ରାଜ୍ୟରେ ମୋଟ ୩୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୪୦ ପ୍ରତିଶତ ଅର୍ଥ ଯୋଗାଇଦେବେ । ରାଜ୍ୟରେ ୭୯ ହଜାର ଟୀକା ଦିଆଯିବ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିଭିନ୍ନ ଉପାୟରେ ଲୋକମାନଙ୍କୁ ସେହିପରି ଏହା ସହ ବିଭିନ୍ନ ଉପାୟରେ ସଚେତନ କରାଯିବାକୁ ଯୋଜନା ରଖାଯାଇଛି । ପଞ୍ଚାୟତସ୍ତରୀୟ ଅଧିକାରୀଙ୍କ ଦ୍ୱାରା ସଚେତନ କରାଯାଉଥିଲା ବେଳେ ଭ୍ରାମ୍ୟମାଣ ଯାନ ଦ୍ୱାରା ଏହା ଏହାର ସଚେତନା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ପଶୁମିତ୍ରମାନଙ୍କ ପାଖରୁ ପଶୁପାଳକମାନେ ଏହି ରୋଗ ଓ ଏହାର ଉପଚାର ସମ୍ପର୍କରେ ବୁଝିପାରିବେ ବୋଲି କୁହାଯାଇଛି । ରାଜ୍ୟର ୩୧୪ ବ୍ଲକର ସମସ୍ତ ପ୍ରାଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସୁବିଧା ମିଳିବ । ଏହା ସହ ଘରଘର ବୁଲି ଏଲ୍ଆଇମାନେ ଏବଂ ଭ୍ରାମ୍ୟମାଣ ପ୍ରଣୀଚିକିତ୍ସା ୟୁନିଟ୍ ଟୀକାକରଣ କରିବେ । ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ପ୍ରାୟ ୧୭ଟି ଜିଲ୍ଲାରେ ୬୩୪୦ ଗୋରୁଙ୍କଠାରେ ଏହି ରୋଗ ଦେଖା ଦେଇଥିଲା ତେଣୁ ଏହି ୧୭ଟି ଜିଲ୍ଲାକୁ ରୋଗମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।