THE BYAPINI

ନୂଆ ବର୍ଷ ପୂର୍ବରୁ ସ୍ଵତନ୍ତ୍ର ଡ୍ରାଇଭ୍ କରିବ କମିଶନରେଟ ପୋଲିସ

Get real time updates directly on you device, subscribe now.

ଭୁବନେଶ୍ଵର : ରାଜଧାନୀରେ କମିଶନରେଟ ପୋଲିସର ସୁରକ୍ଷା ଚିନ୍ତା । ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି । କେମିତି ଚୋରି ହେଉଛି ଏବଂ ଚୋରିର ତରିକା ଉପରେ ଲୋକଙ୍କୁ ସଚେତନ କରିବ ପୋଲିସ। ଏନେଇ ପ୍ରତି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁଯାୟୀ, ନୂଆ ବର୍ଷ ପୂର୍ବରୁ କମିଶନରେଟ୍‌ ପୋଲିସ ଆରମ୍ଭ କରିବ ସ୍ଵତନ୍ତ୍ର ଡ୍ରାଇଭ୍। ଚୋରି ନେଇ ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ ସଚେତନ କରିବ କମିଶନରେଟ ପୋଲିସ। ବାହାର ରାଜ୍ୟ ଲୁଟେରାଙ୍କ ଉପରେ ପୋଲିସର କଡ଼ା ନଜର ରହିବ। ସେହିପରି ହୋଟେଲରେ ମଧ୍ୟ କଡ଼ାକଡ଼ି ହେବ ଚେକିଂ। ସେପଟେ ଅପରାଧିଙ୍କୁ ଧରିବା ପାଇଁ ନୂଆ ଟେକ୍ନୋଲୋଜି ଆଣିଲା କମିଶନରେଟ ପୋଲିସ। ଫରେନସିକ୍ ଟିମ୍ ପାଖରେ ନୂତନ ଜ୍ଞାନ କୌଶଳର ଫିଙ୍ଗର ପ୍ରିଣ୍ଟ ସ୍କାନର ରହିଛି। ଏହାଦ୍ୱାରା ସନ୍ଦିଗ୍ଧଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ୍ କରି ସେମାନଙ୍କ ଟ୍ରାକ୍ ରେକର୍ଡ ବାହାର କରିପାରିବ ପୋଲିସ।

Get real time updates directly on you device, subscribe now.

Leave A Reply

Your email address will not be published.