THE BYAPINI

ନୂଆ ବୋତଲ, କିନ୍ତୁ ପୁରୁଣା ମଦ: ଅପରାଜିତା ଷଡ଼ଙ୍ଗୀ

Get real time updates directly on you device, subscribe now.

ଭୁବନେଶ୍ୱର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଗତ ୨୩ ବର୍ଷ ପରେ ବିଜେଡି ନୂଆ ବୋତଲରେ ପୁରୁଣା ମଦ ଭଳି କାର୍ଯ୍ୟକ୍ରମ କରୁଛି । ଏଭଳି ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ କରିବା ହାସ୍ୟାସ୍ପଦ ବୋଲି ମନେ ହେଉଛି । ପ୍ରଥମେ ମୁଖିଆ ଦଳର ଉତ୍ତରୀୟ ଓ ବ୍ୟାଜକୁ ନେଇ ଗର୍ବ ଅନୁଭବ କରନ୍ତୁ । ଯେବେ ଗର୍ବ ଅନୁଭବ କରିବେନି, ଯେତେ କାର୍ଯ୍ୟକ୍ରମ କଲେବି ଲାଭ ନାହିଁ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । 

ଅନ୍ୟପକ୍ଷରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ବିଜ୍ଞାପନରେ ଶଙ୍ଖ ଚିହ୍ନ ସ୍ଥାନିତ କରାଯିବାକୁ ନେଇ ବିଜେପି ଆପତ୍ତି ଉଠାଇଛି । ଏହାକୁ ନେଇ କୋର୍ଟକୁ ଯିବା ନେଇ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭୋଟ ବ୍ୟାଙ୍କ ବୃଦ୍ଧି ପାଇଁ ବିଜେଡି ପକ୍ଷରୁ ଏଭଳି ପ୍ଲାନ କରାଯାଇଛି । ଏହାକୁ ଚ୍ୟାଲେଞ୍ଜ କରାଯିବ । ଶଙ୍ଖ ଦଳୀୟ ଚିହ୍ନ । ସରକାରୀ କାର୍ଯ୍ୟକ୍ରମରେ କିଭଳି ବ୍ୟବହାର ହେବ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି । ଏଥିସହ ଆଗକୁ ନିର୍ବାଚନ ରହିଛି । ବିଜେଡିକୁ ହାରିବାର ଭୟ ଘାରିଛି । ତେଣୁ ଶଙ୍ଖ ଚିହ୍ନ ବ୍ୟବହାର କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି । 

ପ୍ରକାଶ ଯେ ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଗାଁରେ ଐତିହ୍ୟ ସ୍ଥଳର ବିକାଶ କରାଯିବ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟ କରାଯିବ। ଡିଜିଟାଲ ସଂଯୋଗୀକରଣ ପାଇଁ ଭିତ୍ତିଭୂମିର ବିକାଶ କରାଯିବ। ମିଶନ ଶକ୍ତି ପାଇଁ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି ହେବା ସହ କ୍ରୀଡ଼ାର ବିକାଶ କରାଯିବ ।

ମୁଖ୍ୟମନ୍ତ୍ରୀ ଆଜି ଏହି ଯୋଜନାର ଶୁଭାରମ୍ଭ କରିବା ସହ ଭର୍ଚୁଆଲରେ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେବେ । ବ୍ଲକ ଓ ଜିଲ୍ଲାସ୍ତରରେ ବି ଏହି ଯୋଜନା ପାଇଁ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ଗତ ଜୁଲାଇ ୧୦ତାରିଖରେ ଆମ ଓଡ଼ିଶା, ନବୀନ ଓଡ଼ିଶା ପାଇଁ ୪ହଜାର କୋଟି ବ୍ୟୟ ଅଟକଳକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଯୋଜନା ଜରିଆରେ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧା ଯୋଗାଇବାକୁ ଡିଜିଟାଲ ସଂଯୋଗୀକରଣ ଉପରେ ଗୁରୁତ୍ବ ଦିଆଯିବ ।

ଗାଁମାନଙ୍କରେ ଥିବା ଧାର୍ମିକ ପୀଠର ବିକାଶ, ଐତିହ୍ୟସ୍ଥଳର ଉନ୍ନତିକରଣ ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ମିଳିବ । ମହିଳା, ଯୁବକଙ୍କୁ ସଶକ୍ତ କରିବାକୁ ଯୋଜନା ହାତକୁ ନିଆଯିବ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଥିବା କ୍ରିଟିକାଲ ଗ୍ୟାପ ପୂରଣ ପାଇଁ ଅନୁଦାନ ମିଳିବ। ଏହା ସହ ପ୍ରତି ଗାଁରେ ଖେଳପଡ଼ିଆର ବିକାଶ, ସାଇନ୍ସ ପାର୍କ, ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ । ଗାଁ ପିଲାଙ୍କ ପାଇଁ ହକି, ଫୁଟବଲ, ଭଲିବଲ, ବାସ୍କେଟ ବଲ, କ୍ୟାରମ, ଚେସ୍ ଉପକରଣ ଯୋଗାଇବାକୁ ପ୍ରତି ପଞ୍ଚାୟତକୁ ଅଢେଇ ଲକ୍ଷ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାରେ ଏହି ଯୋଜନା ଆରମ୍ଭ ହେବାକୁ ଯାଉଥିବା ବେଳେ ଗ୍ରାମାଞ୍ଚଳ ବିକାଶକୁ ଅଧିକ ଫୋକସ

Get real time updates directly on you device, subscribe now.

Leave A Reply

Your email address will not be published.