ପରଲୋକରେ କବି ମୁନାୱାର ରାଣା
ଲକ୍ଷ୍ନୌ: ପ୍ରସିଦ୍ଧ ଉର୍ଦ୍ଦୁ କବି ମୁନାୱର ରାଣାଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଥିଲେ। ରାଣାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ମୁନାୱର କିଡନୀ ଏବଂ ହୃଦ୍ ରୋଗରେ ପୀଡ଼ିତ ଥିଲେ।
ଏହା ପୂର୍ବରୁ ତାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଦୁଇ ଦିନ ପାଇଁ ଭର୍ତ୍ତି କରାଯାଇଥିଲା। ମୁନୱର ରାଣା ଦୀର୍ଘ ଦିନ ଧରି କିଡନୀରୋଗରେ ପୀଡ଼ିତ ଥିଲେ ଏବଂ ସପ୍ତାହକୁ ୩ ଥର ଡାଏଲିସିସ୍ ମଧ୍ୟ କରୁଥିଲେ। ତାଙ୍କର କ୍ରନିକ କିଡନୀ ରୋଗ ଥିଲା, ଯେଉଁ କାରଣରୁ ସେ ଦୀର୍ଘ ଦିନ ଧରି ସାର୍ବଜନୀନ କାର୍ୟ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ।
ମୁନାୱର ରାଣାଙ୍କ ଝିଅ ସୁମାୟା କହିଛନ୍ତି, ରବିବାର ବିଳମ୍ବିତ ରାତିରେ ତାଙ୍କ ପିତାଙ୍କ ଡାକ୍ତରଖାନାରେ ବିୟୋଗ ଘଟିଛି। ସୋମବାର ତାଙ୍କର ଶେଷକୃତ୍ୟ ହେବ।