ପୁଣି ବଢିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରୁ ସୁରୁ ବଢିଲା ଗ୍ୟାସ ଦର । ଦେଶରେ ଆଜି କମର୍ସିଆଲ ଗ୍ୟାସ ଦର ବୃଦ୍ଧି ପାଇଛି । ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୨୧ ଟଙ୍କା ବଢିଛି । ନୂଆ ବର୍ଦ୍ଧିତ ଦର ଆଜିଠୁ ଲାଗୁ ହେବ । ନୂଆ ଦାମ ଅନୁସାରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ୧୭୯୬ ଟଙ୍କା ୫୦ ପାଇସା ରହିଛି । ଏହା ପୂର୍ବରୁ ୧୭୭୫ ଟଙ୍କା ୫୦ ପଇସା ଥିଲା । ଗତ ମାସରେ ୧୦୩ ଟଙ୍କା ବଢିଥିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ।
କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପରେ ଆଓସିଏଲ ୱେବସାଇଟରେ ରାଜଧାନୀ ଦିଲ୍ଲୀରେ ୧୭୯୬ ଟଙ୍କା ୫୦ ପଇସା ରହିଛି । ଯାହା ପୂର୍ବରୁ ୧୭୭୫ ଟଙ୍କା ୫୦ ପଇସା ରହିଥିଲା । ସେହିପରି ମୁମ୍ବାଇରେ ଦର ବଢି ୧୭୪୯ ଟଙ୍କା ପଇସା ହୋଇଛି । ଯାହା ପ୍ରଥମେ ୧୭୨୮ ଟଙ୍କା ଥିଲା । କୋଲକାତାରେ କମର୍ସିଆଲ ଗ୍ୟାସ ଦର ୧୮୮୫ ଟଙ୍କା ୫୦ ପଇସାରୁ ବଢି ୧୯୦୮ ଟଙ୍କା ହୋଇଛି । ଚେନ୍ନାଇରେ ୧୯୪୨ରୁ ବଢି ୧୯୬୮ ଟଙ୍କା ୫୦ ପଇସା ହୋଇଛି ।
ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ଚା’ ଷ୍ଟଲ୍, ହୋଟେଲ ଓ ଅନ୍ୟ ଭୋଜନାଳୟଗୁଡ଼ିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ଼ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ୍ ଦାମ ବଢ଼ିଲେ ସେମାନେ ନିଜ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ବଢ଼ାଇଥାନ୍ତି । ତେଣୁ କମର୍ସିଆଲ ଗ୍ୟାସ୍ ମହଙ୍ଗା ହେବା ଗ୍ରାହକଙ୍କୁ ଝଟକା ଦେଇଛି । ଗତ ମାସରେ ୨୦୯ ଟଙ୍କା ଦର ବଢ଼ିଥିଲା ।ଗତ ମାସରେ କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହୋଇଥିଲା । ନଭେମ୍ବର ପହିଲାରେ କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହୋଇଥିଲା । ୧୦୩ ଟଙ୍କା ବଢିଥିଲା ଦର । ଏହା ପୂର୍ବରୁ ମେ ଓ ଜୁନ ମାସରେ ଦର ଯଥାକ୍ରମେ ୧୭୨ ଟଙ୍କା ଓ ୮୩ ଟଙ୍କା କମିଥିଲା । ମାତ୍ର ନଭେମ୍ବର ମାସରେ ୧୦୩ ଟଙ୍କା ଦର ବଢିଥିଲା ।
ତୈଳ କମ୍ପାନୀ ୧୪ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରଖିଛି । ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ଦର ୯୦୩ ଟଙ୍କା ରହିଛି । କୋଲକାତାରେ ୯୨୯, ମୁମ୍ବାଇରେ ୯୧୮ ଟଙ୍କା ୫୦ ପଇସା ରହିଛି ।