ପୁଣି ମାଞ୍ଜା ସୂତାରେ କଟିଲା ବେକ
କଟକ : ପୁଣି ମାଞ୍ଜା ସୂତାରେ କଟିଲା ବେକ। ଆହତ ବ୍ୟକ୍ତି ଜଣଙ୍କ ହେଲେ କଟକର ଅକ୍ଷୟ ମହାପାତ୍ର । କଟକ କାଠଯୋଡି ବ୍ରିଜ୍ ଉପରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ସେ ତାଙ୍କର କଲ୍ୟାଣ ନଗର ଘରୁ ଭୁବନେଶ୍ୱର ଯାଉଥିଲେ । ଏହି ସମୟରେ ଗୁଡିର ସୂତା ତାଙ୍କର ବେକରେ ଲାଗିଯାଇଥିଲା । ଯାହାଫଳରେ ଅକ୍ଷୟ ମହାପାତ୍ର ଆହତ ହୋଇଥିଲେ ।
ତେବେ କଟକରେ ଗୁଡି ସୂତା ଲାଗି ଆହତ ହେବାରେ ଏହା ଅଷ୍ଟମ ଘଟଣା। ତାଙ୍କର ବେକରେ ଗଭୀର ଆଘାତ ଲାଗି ରକ୍ତ ସ୍ରାବ ହୋଇଥିଲା। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରଯାଇଥିବା ବେଳେ ସେ ଏବେ ସୁସ୍ଥ ଅଛନ୍ତି।