THE BYAPINI

ପୁଣି ଯୁଦ୍ଧ ଆରମ୍ଭ: ଇସ୍ରାଏଲର ରକେଟ ମାଡ଼ରେ ଶତାଧିକ ପାଲେଷ୍ଟିନୀୟ ନିହତ

Get real time updates directly on you device, subscribe now.

ନୂଆଦିଲ୍ଲୀ:  ସପ୍ତାହେ ଧରି ଚାଲିଥିବା ସନ୍ଧି ଶେଷ ହେବା ପରେ ଶୁକ୍ରବାର ଗାଜା ଷ୍ଟ୍ରିପ୍‌ରେ ହମାସ୍‌ ସହ ଇସ୍ରାଏଲର ଯୁଦ୍ଧ ପୁଣି ଆରମ୍ଭ ହୋଇଛି। ଇସ୍ରାଏଲର ରକେଟ ମାଡ଼ରେ ଶତାଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଯୁଦ୍ଧ ପ୍ରଭାବିତ ଏହି ଭୂଖଣ୍ଡକୁ କଳାଧୂଅାଁ ଆଚ୍ଛାଦିତ କରିଥିବାବେଳେ ଆକାଶମାର୍ଗରୁ ଫାଇଟର ଜେଟ୍‌ରୁ ଇସ୍ରାଏଲ ଲିଫ୍‌ଲେଟ୍‌ ଛାଡ଼ୁଛି, ଯହିଁରେ ଉଲ୍ଲେଖ କରାଯାଇଛି ‘ଗାଜା ସିଟି ଓ ଦକ୍ଷିଣ ଭାଗକୁ ତୁରନ୍ତ ଖାଲି କର।’ ଇସ୍ରାଏଲରେ ମଧ୍ୟ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ ହେବାକୁ ସତର୍କତା ଲାଗି ସାଇରନ୍‌ ଗର୍ଜୁଛି। ସନ୍ଧି ଅବଧି ମଧ୍ୟରେ ହମାସ୍‌ ଶତାଧିକ ପଣବନ୍ଦୀଙ୍କୁ ଛାଡ଼ିଦେଇଥିବାବେଳେ ଏବେ ବି ସେମାନଙ୍କ କବଳରେ ୧୪୦ ଜଣ ରହିଛନ୍ତି। ସେମାନଙ୍କୁ ମୁକ୍ତକରି ଆଣିବା ପାଇଁ ଇସ୍ରାଏଲ ରାଷ୍ଟ୍ରପତି ଇସାକ୍‌ ହେର୍ଜୋଗ୍‌ ଦୁବାଇରେ ଚାଲିଥିବା କପ୍‌୨୮ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗ ଲୋଡ଼ିଛନ୍ତି।ଅକ୍ଟୋବର ୭ରେ ହମାସ୍‌ର ଆକ୍ରମଣର ଜବାବ ଦେବାକୁ ଯାଇ ଇସ୍ରାଏଲର ପ୍ରତିଆକ୍ରମଣ ଯୋଗୁ ୨.୩ ନିୟୁତ ଜନସଂଖ୍ୟା ବିଶିଷ୍ଟ ଗାଜାରୁ ଅଧିକାଂଶ ଲୋକ ଗଣପଳାୟନ କଲେଣି। ଫଳରେ ସେଠାରେ ମାନବୀୟ ସଙ୍କଟ ଉପୁଜିଛି। ଲକ୍ଷ୍ୟ ହାସଲ ପର୍ୟ୍ୟନ୍ତ ଯୁଦ୍ଧ ଚାଲିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଅଫିସ୍‌ କହିଛି। ଦିନକରେ ୧୦୯ ପାଲେଷ୍ଟିନୀୟ ନିହତ ହୋଇଥିବା ହମାସ୍‌ ନିୟନ୍ତ୍ରିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

Get real time updates directly on you device, subscribe now.

Leave A Reply

Your email address will not be published.